Home Breaking News / ତାଜା ଖବର ସୋମବାରଠୁ ୫୦% କ୍ଷମତାରେ ଖୋଲିବ ସେଲୁନ୍, ଜିମ୍

ସୋମବାରଠୁ ୫୦% କ୍ଷମତାରେ ଖୋଲିବ ସେଲୁନ୍, ଜିମ୍

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ମୁମ୍ୱାଇ ୦୯/୦୧: ମହାରାଷ୍ଟ୍ରର କରୋନା ସ୍ଥିତି ଭୟଙ୍କର ହେବାରେ ଲାଗିଛି। ଦେଶର ସବୁଠାରୁ ଅଧିକ ସକ୍ରିୟ ମାମଲା ମହାରାଷ୍ଟ୍ରରେ ରହିଛି। ଏହାକୁ ନଜରରେ ରଖି ମହାରାଷ୍ଟ୍ର ସରକାର ନୂଆ ନୂଆ ଗାଇଡ ଲାଇନ ଜାରି କରି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପ୍ରୟାସ କରୁଛନ୍ତି । ତେବେ ଶନିବାର ରାଜ୍ୟ ସରକାରଙ୍କ ତରଫରୁ ଜାରି ହୋଇଥିବା ମାର୍ଗଦର୍ଶିକାରେ ଏବେ କିଛିଟା ପରିବର୍ତ୍ତନ କରାଯାଇଛି । ସଂଶୋଧିତ ଗାଇଡଲାଇନରେ ୫୦ ପ୍ରତିଶତ କ୍ଷମତାରେ ଜିମ୍ ଏବଂ ସେଲୁନ୍ ଖୋଲିବାକୁ ଅନୁମତି ପ୍ରଦାନ କରାଯାଇଛି।

ଶନିବାର ମହାରାଷ୍ଟ୍ର ସରକାର ନିର୍ଦ୍ଦେଶ ଜାରି କରି ସମସ୍ତ ସେଲୁନ୍, ସ୍ପା ଏବଂ ଜିମକୁ ପରବର୍ତ୍ତି ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ ରଖିବାକୁ କହିଥିଲେ । ଏହାର ଗୋଟିଏ ଦିନ ପରେ ଉଦ୍ଧବ ସରକାର ଗାଇଡଲାଇନରେ ପରିବର୍ତ୍ତନ କରି ଏହି ସବୁକୁ କଟକଣାରେ ପରିଚାଳିତ ଅନୁଷ୍ଠାନ ସୂଚୀରେ ସାମିଲ କରିଛନ୍ତି । ଏହାସହ କରୋନା ଟିକାର ଦୁଇଟି ଡୋଜ୍ ନେଇଥିବା ଲୋକଙ୍କୁ ଏଥିପାଇଁ ଅନୁମତି ମିଳିବ ବୋଲି ଏଥିରେ ସ୍ପଷ୍ଟ କରାଯାଇଛି।

ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣ ମାମଲାକୁ ନଜରରେ ରଖି ମହାରାଷ୍ଟ୍ର ସରକାର ସୋମବାରଠାରୁ କଟକଣାକୁ କଡକାଡି କରିବାକୁ ଯାଉଛନ୍ତି । ରାତି ୧୧ଟାରୁ ସକାଳ ୫ଟା ଯାଏଁ ରାଜ୍ୟରେ ନାଇଟ କର୍ଫ୍ୟୁ ଜାରି ରହିବ । ଆସନ୍ତା ଫେବ୍ରୁଆରୀ ୧୫ ପର୍ଯ୍ୟନ୍ତ ସ୍କୁଲ ଏବଂ କଲେଜ ବନ୍ଦ ରହିବ। ଏହାସହ ସକାଳ ୫ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ୫ ଜଣରୁ ଅଧିକ ଲୋକଙ୍କ ଏକାଠି ଉପରେ ମଧ୍ୟ କଟକଣା ଜାରି କରାଯାଇଛି। ୫୦ ପ୍ରତିଶତ କ୍ଷମତାରେ ସମସ୍ତ ଘରୋଇ କାର୍ଯ୍ୟାଳୟ ପରିଚାଳନା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

related posts

Leave a Comment