Home Breaking News / ତାଜା ଖବର କରୋନାର ତୃତୀୟ ଲହର, ରାଜ୍ୟକୁ ଫେରୁଛନ୍ତି ପ୍ରବାସୀ

କରୋନାର ତୃତୀୟ ଲହର, ରାଜ୍ୟକୁ ଫେରୁଛନ୍ତି ପ୍ରବାସୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନୂଆଦିଲ୍ଲୀ ୯।୧: ପୁଣି ଘାରିଲା କରୋନା ଲକଡାଉନ ଚିନ୍ତା। ହୋଇ ଯାଇପାରେ ଅଚାନକ ବନ୍ଦବାନ୍ଦ। ଏଣୁ ଏପରି କେଛି ପରିସ୍ଥିତି ଉପୁଜିବା ପୂର୍ବରୁ ପ୍ରବାସୀ ଶ୍ରମିକ ନିରାଶାର ଗଣ୍ଠିଲି ମୁଣ୍ଡେଇ ଏବେ ନିଜନିଜ ରାଜ୍ୟକୁ ମୁହାଁଇଛନ୍ତି। ସଂକ୍ରମଣ ଶୃଙ୍ଖଳ ଛିନ୍ନ କରିବାଲାଗି  ଲକଡାଉନ ସବୁଠୁ ବଡ ଅସ୍ତ୍ର। ଏଣୁ ପରିସ୍ଥିତି ଅସମ୍ଭାଳ ହେବା ଆଗରୁ ସରକାର ଲକଡାଉନ ଜାରି କରୁଥିବା ବେଳେ ପେଟ ପାଟଣା ଲାଗି ରାଜ୍ୟ ବାହାରେ ରହୁଥିବା ଶ୍ରମିକ ହିଁ ସବୁଠୁ ବେଶି ହିନସ୍ତା ହେୁଛନ୍ତି। ଏଥର ସେପରି କିଛି ହେବା ଆଶଙ୍କାରେ ପ୍ରବାସୀ ଶ୍ରମିକ ଆଗୁଆ ସତର୍କ ହୋଇ ନିଜ ଘରମୁହାଁ ହୋଇସାରିଲେଣି।

ଯଦି ଅଚାନକ ଲକଡାଉନ ଘୋଷଣା ହୁଏ ଘରକୁ ଫେରିବା ଲାଗି ସଂଘର୍ଷ କରିବାକୁ ପଡିବ। ଏବେ ପୂର୍ବ ଭଳି ପରିସ୍ଥିତି ନାହିଁ, ହେଲେବି ସେପରି କୌଣସି ପରିସ୍ଥିତି ପୂର୍ବରୁ ଲୋକେ ସତର୍କତା ସ୍ୱରୂପ ଘରକୁ ଫେରିବାରେ ଲାଗିଛନ୍ତି। ମୁମ୍ବାଇ ସମେତ ଦେଶର ବିଭିନ୍ନ ସହରରୁ ଏବେ ଶହଶହ ଟ୍ରେନରେ ଲୋକେ ଫେରୁଥିବା ବେଳେ  ମହାନଗରରୁ ଆସୁଥିବା ଟ୍ରେନରେ ବେଶ ଭିଡ ରହୁଛି। ଦେଶର କୌଣସି ରାଜ୍ୟରେ ଏପର୍ଯ୍ୟନ୍ତ ଲକଡାଉନ ଜାରି ହୋଇ ନାହିଁ। ତେବେ ଦିଲ୍ଲୀ, ମୁମ୍ବାଇ, ସିକନ୍ଦରାବାଦ, ପୁଣେ. ଅହମ୍ମଦାବାଦ, ସୁରତ, ବରୋଦା, ଜୟପୁର, ବେଙ୍ଗାଲୁର ଓ ଚେନ୍ନାଇ ଆଦି ସହରରେ କେଉଁଠି କେଉଁଟି ନାଇଟ୍ ଅଥବା ଡେ କର୍ଫ୍ୟୁ ଲାଗୁ ହୋଇଛି।

related posts

Leave a Comment