Home Breaking News / ତାଜା ଖବର ଦେଶୀ ମଦ ମାଫିଆଙ୍କ ନୂଆ ଫର୍ମୂଲା

ଦେଶୀ ମଦ ମାଫିଆଙ୍କ ନୂଆ ଫର୍ମୂଲା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଦେଶୀ ମଦ ମାଫିଆଙ୍କ ନୂଆ ଫର୍ମୂଲା । ଏଥର ଜଙ୍ଗଲ ଭିତରେ ବୁଦୁବୁଦିଆ ଗଛ ଭିତର ସହ ଗଛ ଉପରେ ରହୁଛି ଦେଶୀ ରନ୍ଧା ମଦ ଓ ପୋଚ । ଗୋଟିଏ ଗୁଳିରେ ଦୁଇଟି ଶିକାର ଭଳି ଅବକାରୀ ବିଭାଗ ଓ ଜଙ୍ଗଲି ଜନ୍ତୁଙ୍କ କବଳରୁ ବଞ୍ଚିବା ପାଇଁ ମଦ ବେପାରୀଙ୍କ ଏହି ଉପାୟ ।
,ଚୋର ଡାଳେ ଡାଳେ ଗଲେ ପୋଲିସ ପତ୍ରେ ପତ୍ରେ ଭଳି ଚଢାଉ କରିଛି । ଗଛରେ ଚଢିଲେ ଅବକାରୀ ପୋଲିସ , ନଷ୍ଟ କଲେ ମଦ ଓ ପୋଚ। ଜାହାକି ଏ ଦୃଶ୍ୟ ବୟାନ କରୁଛି, ଅବକାରୀ ବିଭାଗ ଜଙ୍ଗଲ ମାନଙ୍କରେ ଚଢାଉ କରି ବେଆଇନ ଦେଶି ମଦକୁ ନଷ୍ଟ କରୁଥିଲେ ମଧ୍ୟ ମାଫିଆ ମାନେ ଆଉ ତଳେ ବେଆଇନ ମଦ ନରଖି ଗଛ ଉପରେ ମଞ୍ଚା କରି ମଦ ରଖୁଛନ୍ତି । ଜାହାକି ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଆଠଗଡ଼ ବନଖଣ୍ଡ ଅଧିନ ଡାଳୁଆ ରିଜର୍ଭ ଫରେଷ୍ଟ ରେ ଅବକାରୀ ବିଭାଗ ଚଢାଉ କରି ସାତ ହଜାର ପାଞ୍ଚ ଶହ ଲିଟର (7500) ବେଆଇନ ପୋଚ ନଷ୍ଟ କରିବା ସହ ଚାରି ଶହ ସାଠିଏ ଲିଟର (460) ବେଆଇନ ମଦ ସିଜ କରିଛି ।

related posts

Leave a Comment