Home Breaking News / ତାଜା ଖବର ବୁଡ଼ାଗୁଡା ପଂଚାୟତରେ କଂଗ୍ରେସର ମିଶ୍ରଣ ପର୍ବ

ବୁଡ଼ାଗୁଡା ପଂଚାୟତରେ କଂଗ୍ରେସର ମିଶ୍ରଣ ପର୍ବ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ-୦୯/୦୧-(ଧନେଶ୍ବର ରାଉତ)-ରାୟଗଡ ଜିଲ୍ଲା କଲ୍ୟାଣସିଙ୍ଘପୁର ବ୍ଲକ ବୁଡ଼ାଗୁଡା ପଞ୍ଚାୟତ ଅନ୍ତର୍ଗତ କୁମାର ଗୁଡା ଆମ୍ବ ତୋଟା ଠାରେ କଂଗ୍ରେସ ପାର୍ଟିର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହେଇଯାଇଛି । ପଞ୍ଚାୟତ ନିର୍ବାଚନ ର ଅବ୍ୟବହିତି ପୂର୍ବରୁ ଏହି ମିଶ୍ରଣ ପର୍ବ ଅଧିକ ଗୁରୁତ୍ୱ ବହନ କରୁଛି। ବିଜେଡି ଶାସନରେ ଅତିଷ୍ଠ ହୋଇ ଅସନ୍ତୁଷ୍ଟ ନେତା କର୍ମୀମାନେ ପୁନଃ ନିଜ ପୁରୁଣା ଦଳକୁ ଫେରି ଆସିଛନ୍ତି ବୋଲି ବ୍ଲକ ସଭାପତି କେ ସୂର୍ୟରାଓ କହିଛନ୍ତି। ପଞ୍ଚାୟତ ନିର୍ବାଚନ ରେ କିପରି ବାଜିମାତ କରିହେବ ସେ ନେଇ ରଣ ନୀତି ପ୍ରସ୍ତୁତ କରାଯାଇଛି ବୋଲି ପି ସି ସି ସଭ୍ୟ ରମାକାନ୍ତ ତ୍ରିପାଠୀ ମନ୍ତବ୍ୟ ଦେଇଥିଲେ। ନୂତନ ଭାବେ ଦଳରେ ସାମିଲ ହେଇଥିବା କୁମାର ଗୁଡା ଗ୍ରାମର କର୍ମୀ କହିଛନ୍ତି କି ଗତ କିଛି ବର୍ଷ ତଳେ ନଗବଳୀ ନଦୀର ବନ୍ୟା ସମୟରେ ଗାଁ ସମ୍ପୂର୍ଣ୍ଣ ଭାସି ଯାଇଥିଲା କିନ୍ତୁ ଶାସକ ଦଳ କାହାପାଇଁ କିଛି ସାହାଯ୍ୟ ସହାନୁଭୂତି ଦେଖାଇ ପାରିଲା ନାହିଁ ତେଣୁ ବାଧ୍ୟ ହୋଇ ଦଳ ଛାଡିଲୁ ବୋଲି କହିଛନ୍ତି। ବୁଡ଼ାଗୁଡା ପଞ୍ଚାୟତର ଲୋକଙ୍କୁ ନେଇ ଆୟୋଜିତ ଏହି ମିଶ୍ରଣ ପର୍ବରେ ବ୍ଲକ କଂଗ୍ରେସ ସମ୍ପାଦକକିରଣ କୁମାର ନେମାଲପୁରୀ ଙ୍କ ସ୍ୱତନ୍ତ୍ର ଆଗ୍ରହ ଦେଖାଇ ପାର୍ଟିକୁ ମଝୁବୁତ କରିବାକୁ ପ୍ରୟାସ କରିଛନ୍ତି। ଏହି ମିଶ୍ରଣ ପର୍ବରେ କୁମାର ଗୁଡା, ମିନଝୋଲା, କତାଗୁଡା, ମାଝୀଗୁଡା, ବଳଦିଆ, ଗୁରୁତୁଲୀ, କଦଳୀ ଛୁଆଁ ର ଦେଢ଼ସହ କର୍ମୀ ନୂତନ ଭାବେ ଯୋଗଦେଇ। ଏହି ପର୍ବ ରେ ବ୍ଲକ ଅଧ୍ୟଖ୍ୟ ଯୋଗେନ୍ଦ୍ର ବାଡକା, ପଂଚାୟତ ସଭାପତି ପ୍ରହ୍ଲାଦ କନ୍ଧପାଣି, କଲ୍ୟାଣସିଙ୍ଘପୁର ଟାଉନ ସଭାପତି ସି ଏଚ ନଗେଶ୍ୱର ରାଓ, ସାଂସଦ ପ୍ରତିନିଧି କୁମାର ସ୍ୱାମୀ କୌଶଲ୍ୟା, ସୁକା କଡ୍ରକା, ନୁକା ନେମାଲପୁରୀ, ହରିଜନ ମୋର୍ଚ୍ଚା ଜିଲ୍ଲା ସମ୍ପାଦକ ଚିତ ରଞ୍ଜନ ଗାଁଠା, କାନ୍ତରୁ କଡ୍ରକା, ଅଚନା କଡ୍ରକା, ସନ୍ତୋଷ ନାୟକ, ଲକ୍ଷମଣ ଲେଙ୍ଗେରୀ, ଚାମିଆ ଲହରା ଓ ଶତାଧିକ କର୍ମୀ ଯୋଗ ଦେଇଥିଲେ।

related posts

Leave a Comment