Home Breaking News / ତାଜା ଖବର ସିଙ୍ଘିଯୁବା ଜଙ୍ଗଳ ପାଖରେ ଥିବା ବିଭିନ୍ନ ଗ୍ରାମରେ ଗୁଡ଼ିକରେ ହାତୀପଲ ଙ୍କରାଜୁତି ଦିନକୁ ଦିନ ବଡ଼ିବାରେ ଲାଗୁଛି :ଚାଷୀଙ୍କ ବ୍ୟପକ କ୍ଷତି ଲୋକେ ଆତଙ୍କିତ

ସିଙ୍ଘିଯୁବା ଜଙ୍ଗଳ ପାଖରେ ଥିବା ବିଭିନ୍ନ ଗ୍ରାମରେ ଗୁଡ଼ିକରେ ହାତୀପଲ ଙ୍କରାଜୁତି ଦିନକୁ ଦିନ ବଡ଼ିବାରେ ଲାଗୁଛି :ଚାଷୀଙ୍କ ବ୍ୟପକ କ୍ଷତି ଲୋକେ ଆତଙ୍କିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବିନିକା -୯/୧ : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳରେ ଦିର୍ଘଦିନ ହେବ ଜଙ୍ଗଲୀ ହାତୀ ପଲ ଉପଦ୍ରବ ଲାଗିରହିଛି । ମହାନଦୀ ପାର ହୋଇ ବିନିକା ଜଙ୍ଗଳ କୁ ଆସି ସେଠାରୁ ସିଙ୍ଘିଯୁବା ଜଙ୍ଗଳ ରେ ହାତୀ ପହଞ୍ଚି ରାଜୁତି ବିସ୍ଥାର କରୁଛନ୍ତି ା ଦିଘଦିନ ହେବ ରାତ୍ର ସମୟରେ ୨୭ ଟିକିଆ ହାତୀ ପଳ – ମନ ଇଚ୍ଛା ପରିଭ୍ରମର କରି ଚାଷୀଙ୍କ ହାଡ଼ଭଙ୍ଗା ପରିଶ୍ରମ କରି ଉପଜ୍ଜିତ କରି ବିକ୍ରୟ ପାଇଁ ସାଇତି ରଖି ଥିବା ଧାନ ଓ ପେଟ ପେଟ ପାଟଣା ପାଇଁ କରି ଥିବା ପନିପରିବା ବଗିଚାକୁ କୁ ମାଡ଼ି ଖାଇ ଚକଟି ଚୁରମାର କରିଦେଉଛନ୍ତି ା ବିନିକା ଅଞ୍ଚଳରେ ଡ଼ାଲୁଅଚାଷ କରିବାପାଇଁ ଧାନ ତଲି ଚାଷୀ ପକାଇ ଅଛନ୍ତି ତାହା ମଧ୍ୟ ମାଡ଼ି ବ୍ୟାକ କ୍ଷତି କରୁଛନ୍ତି ାଆଜି ସିଙ୍ଘିଯୁବା ଜଙ୍ଗଲ ପାଦଦେଶରେ ଥିବା ଭଣ୍ଡାର ପଞ୍ଚାୟତ ପାପି-ଝାର -କଦଲିପାଲି ଗ୍ରାମ ଓ ରନ୍ତସିଂହାସନପୁର ଠାରେ ଦିନ ତମାମ ରହି ଥିବାରୁ ଲୋକ ହାତି ଦେଖିବାକୁ ଭୀଡ଼ ଜମିଥିଲା ଜାହାଫଲରେ ବନବିଭାଗ ପୁଲିସର ଆଶ୍ରୟ ନେଇଥିଲେ ା ଲୋକଙ୍କୁ ବାରଣ କରିବାପାଇଁ କଦଲିପାଲି –ପାପି ରସ୍ତାକୁ ସିଲ କରି ଥିଲେ ା ସଂନ୍ଧ୍ୟାରେ ହାତାପଲ କମିରା ଗ୍ରାମ ଓ ଭାଲୁପାଲି ଗ୍ରାମ ମୁହାଁ ହୋଇଥିବା ବନବିଭାଗ ପକ୍ଷରୁ ସୁଚନା ମିଲିଛି ା ବନବିଭାଗ ପକ୍ଷରୁ ଗାଡ଼ିରେ ମାଇକ ଲଗାଇ ଜନସାଧାରଣଙ୍କୁ ହାତୀର ଗତିବିଧି ଉପରେ ସଚେତନତା କରୁଥିବା ସିଙ୍ଘିଯୁବା ଫରେଷ୍ଟର ଲିଙ୍ଗରାଜ ନାୟକ ପ୍ରକାଶ କରିଛନ୍ତି ା
ବିନିକା ବ୍ଳକ ଭଣ୍ଡାର, ପାପି ,ଝାର କଦଲିପାଲି , ମହୁଲ ପାଲି , କମିରା , ତଥା ବିଭିନ୍ନ ଗ୍ରାମ ଗୁଡିକରେ ହାତୀ ପଲ ଦୈନନ୍ଦିନ ଯାଇ ଚାଷୀ ମାନଙ୍କର ବ୍ୟାପକ କ୍ଷୟକ୍ଷତି କରୁଥିବା ରୁ ପରିବାର ପ୍ରତିପୋଷଣ ,ଋଣ ପରିଶୋଧ, ଡାଲୁଅଚାଷ ,ପିଲା ମାନଙ୍କ ପାଠପଢ଼ା କିପରି କରି ପାରିବେ ସେଥି ପାଇଁ ଚିନ୍ତା ରେ ପଡ଼ି ଯାଇଛନ୍ତି ଚାଷୀ ମାନେ ? ସରକାର ଯୋଗାଇ ଦେଉଥିବା ସହଯୋଗ ସମୃଦକୁ ସଖେପଣା ସଦୃଶ ହେଉଥିବା ଚାଷୀ ଅଭିଯୋଗ କରିବାସହ ତୁରନ୍ତ ସହାୟକ ଯୋଗାଇ ଦେବାକୁ ଦାବି କରିଛନ୍ତି ।
ଦିନକୁ ଦିନ ଅଞ୍ଚଳରେ ବଣୁଆଁ ହାତୀପଲ ରାଜୁତୀ ବଡ଼ି ବାକୁ ଲାଗୁଛି ା ବିରମାହାରାଜପୁର ରେଞ୍ଜର ତଥା ବିନିକା ଭାରାପ୍ରାପ୍ତ ରେଞ୍ଜର ଅବିନିଶ ବରିହା ଙ୍କ ନେତୃତ୍ବ‌ରେ ସିଙ୍ଘିଯୁବା ଫରେଷ୍ଟର ଲିଙ୍ଗରାଜ ନାୟକ ବିନିକା ବ୍ଳକ ଭିଏସଏସ କମିଟି ସଭାପତି ଭଗବାନ ସେଠୀ, ସମେତ ବିଭିନ୍ନ ଗ୍ରାମ ର ଭିଏସଏସ କମିଟି କମକତ୍ତା ଓ ବିନିକା ରେଞ୍ଜ ଓ ବିରମାହାରାଜପୁର ରେଞ୍ଜ ଅଧିନର ସମସ୍ତ କର୍ମଚାରି ସିଙ୍ଘିଯୁବା ରେ ପଡଞ୍ଚି ହାତୀ ଙ୍କ ଗତି ବିଧି କୁ ଲକ୍ଷ କରିବାସହ ହାତାପଲକୁ ଅନ୍ୟ ତ୍ର ଘଉଡାଇବା ଚେଷ୍ଟା କରୁଛନ୍ତି । ଦନ୍ତାର ଗର୍ଜ୍ଜନରେ ଅଞ୍ଚଚଳ କମ୍ପି ଉଠୁଅଛି ସନ୍ଧ୍ୟା ହେଲେ ଅଞ୍ଚଳରେ ହତୀପଳ ଭୟ ପାରୁଛି ଜନସାଧାରଣ ଙ୍କୂ ।
ବିନିକା ରେଞ୍ଜରେ ଦିର୍ଘ ମାସ ହେବ ରଞ୍ଜର ପଦବି ଖାଲି ପଡ଼ିଥିବାରୁ ଅବ୍ୟବସ୍ତା ଏହି ରେଞକଜରେ ଲାଗିରହିଛି ା ଏଣୁ ପ୍ରଶାସନ ବିନିକା ଜଙ୍ଗଳ ବିଭାଗ ରେଞ୍ଜ ଜର ପଦବି ତୁରନ୍ତ ପୁରଣ କରିବାକୁ ଜନସାଧାରଣରେ ଦାବି ହେଉଛି ା ବିନିକା ଅଞ୍ଚଳରୁ ହାତୀ ପଲକୁ ଘଉଡ଼ାଇବାରେ ଜିଲ୍ଲା ପ୍ରଶାସନ ମଧ୍ୟ ନିଦାବିଷ୍ରୁ ହୋଇଥିବାରୁ ଜନସାଧାରଣରେ କ୍ଷୋଭ ପ୍ରକାଶ ପାଉଛି ା

related posts

Leave a Comment