Home Breaking News / ତାଜା ଖବର ଯାତ୍ରୀବାହୀ ବସ୍ ଆକ୍ରମଣ କଲା ଦନ୍ତାହାତୀ

ଯାତ୍ରୀବାହୀ ବସ୍ ଆକ୍ରମଣ କଲା ଦନ୍ତାହାତୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାସଗୋବିନ୍ଦପୁର ରେଞ୍ଜ ଅଧିନ ସୁରେଇଡ଼ିହି ପଞ୍ଚାୟତ ଚାକୁଣ୍ଡାପଦା ଗ୍ରାମରେ ଏକକୂଅ ଭିତରେ ଏକ ହାତୀଛୁଆ ପଡିଯିବାପରେ ରାତିତମାମ ହାତୀପଲ ଚାକୁଣ୍ଡାପଦା ଗାଁରେ ତଣ୍ଡବଲୀଳା ରଚିଛନ୍ତି।ଘଟଣାସ୍ଥଳରେ ରାସଗୋବିନ୍ଦପୁର ବନବିଭାଗ, ଅଗ୍ନିଶମ ବିଭାଗର ବାରିପଦା ଏବଂ ବେତନଟୀ ରୁ ଆସିଥିବା ଦୁଇଟି ଟିମ ଉପସ୍ଥିତ ରହି
ପରେ ଅଗ୍ନଶମ ବିଭାଗ ଦ୍ୱାରା ଉକ୍ତ କୂଳରେ ପାଣି ପୁରାଇବା ପରେ ହାତୀ ଛୁଆ ଉପରକୁ ଆସିଥିଲା । ଉପରକୁ ଆସିବା ପରେ ମାଈ ହାତୀ ଛୁଆ ହାତୀ କୁ ଟାଣି ବାହାରକୁ ଆଣିଥିଲା । ପରେ ସମସ୍ତେ ହାତୀ ଜଙ୍ଗଲ କୁ ପଳାଇ ଥିଲେ । ଠିକ ସେହି ସମୟରେ ତଥା ସକାଳ ୯ଟା ସମୟରେ ରାସଗୋବିନ୍ଦପୁର ରେଞ୍ଜ ଅଧିନ ଘାସମାରି ଜଙ୍ଗଲରେ ଥିବା ୬୫ଟି ଝାଡ଼ଖଣ୍ଡୀ ହାତୀ ପଲରୁ ଗୋଟିଏ ଦନ୍ତାହାତୀ ଓଲମରା -ରାସଗୋବିନ୍ଦପୁର ମୁଖ୍ୟ ରାସ୍ତା କୁ ଆସିଥିଲା । ସେହି ସମୟରେ ଟିକପଦା ରାସ୍ତାରେ ବାଲେଶ୍ବର ଅଭିମୁଖେ ଯାଉଥିବା ଯାତ୍ରୀବାହୀ ତାରିଣୀ ବସ୍ କୁ ଦନ୍ତାହାତୀ ଆକ୍ରମଣ କରିଥିଲା । ବସରେ ଥିବା ଯାତ୍ରୀ ମାନେ ଭୟଭୀତ ହୋଇ ପଡିଥିଲେ । ଦନ୍ତାହାତୀ ଟି ବସ୍ ର କିଛି କାଚ ଭାଙ୍ଗିବା ପରେ ବସ୍ ର ପଛ ପଟୁ ଆକ୍ରମଣ କରିଥିଲା । ତେବେ ବସ ଡ୍ରାଇଭର ଭୟଭୀତ ନହୋଇ ବସ ଟିକୁ ସୁରକ୍ଷିତ ଭାବେ ଘଟଣା ସ୍ଥଳରୁ ନେଇ ପଳାଇବାରେ ସଫଳ ହୋଇଥିଲେ । ରାସଗୋବିନ୍ଦପୁର ରେଞ୍ଜ ଅଧିନ ରେ ବିଭିନ୍ନ ଅଞ୍ଚଳରେ ଝାଡ଼ଖଣ୍ଡୀ ଓ ଶିମିଳିପାଳ ହାତୀ ଉପଦ୍ରବ ଯୋଗୁଁ ସମସ୍ତ ଜନସାଧାରଣ ଭୟଭୀତ ଅବସ୍ଥାରେ ଅଛନ୍ତି । ହାତୀ ପଲ ଘୋଡାଇବା ପାଇଁ ବନ କଣ ପଦକ୍ଷେପ ନେଉଛି ତାକୁ ହିଁ ଅପେକ୍ଷା ।

related posts

Leave a Comment