Home Breaking News / ତାଜା ଖବର ଦିଲ୍ଲୀରେ କରୋନା ଝଡ଼

ଦିଲ୍ଲୀରେ କରୋନା ଝଡ଼

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଆଦିଲ୍ଲୀ ୯।୧:  ଜାତୀୟ ରାଜଧାନୀ ଦିଲ୍ଲୀରେ ପୁଣି କାୟା ବିସ୍ତାର କରିଛି କରୋନା। ଗତ ୨୪ ଘଣ୍ଟାରେ ୨୨ ହଜାର ୭୧ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ଦିଲ୍ଲୀରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫ଲକ୍ଷ ୪୯ ହଜାର ୭୩୦କୁ ପହଞ୍ଚିଛି। ସେପଟେ ରାଜଧାନୀର ବିଭିନ୍ନ ହସ୍ପିଟାଲରେ ରହି ଚିକିତ୍ସିତ ହେଉଥିବା ୧୭ ସଂକ୍ରମିତଙ୍କର ରବିବାର ମୃତ୍ୟୁ ହୋଇଛି।  ଏହି ସମୟରେ ୧୦ ହଜାର ୧୭୯ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାପଡିଛି।

ଜାତୀୟ ରାଜଧାନୀରେ ଏବେ ମୋଟ ଆକ୍ଟିଭ କେସ୍‌ ସଂଖ୍ୟା ୬୦ ହଜାର ୭୩୩କୁ ପହଞ୍ଚିଛି। ରବିବାର ଏଠାରେ କରୋନା ପଜିଟିଭିଟି ହାର ୨୫.୫୩ ହୋଇଯାଇଛି। ଶନିବାର ଦିଲ୍ଲୀରେ ୨୦ ହଜାର ୧୮୧ ନୂଆ ମାମଲା ଚିହ୍ନଟ ହୋଇଥିଲା। ଏଥିରୁ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପଜିଟିଭିଟି ହାର ୧୯.୬୦ ପ୍ରତିଶତ ଥିଲା। ଏହା ପୂର୍ବରୁ ଶୁକ୍ରବାର ୧୭ ହଜାର ୩୩୫ଟି ନୂଆ କୋଭିଡ ପଜିଟିଭ ମାମଲା ଚିହ୍ନଟ ହୋଇଥିଲା।

related posts

Leave a Comment