Home Breaking News / ତାଜା ଖବର ଗୋରୁ ବୋଝେଇ କଣ୍ଟେନରକୁ ଛାଡିଦେଲା ଲୋଇସିଂହା ପୋଲିସ

ଗୋରୁ ବୋଝେଇ କଣ୍ଟେନରକୁ ଛାଡିଦେଲା ଲୋଇସିଂହା ପୋଲିସ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅଞ୍ଚଳରେ ବେଆଇନ ଗୋରୁ ଚାଲାଣ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ସ୍ଥାନୀୟ ପୋଲିସ ଏହାକୁ ରୋକିବାରେ ବିଫଳ ରହିଛି । ଗୋରୁ ଚାଲାଣକାରୀ ଓ ପୋଲିସ ମଧ୍ୟରେ ରହିଥିବା ମଧୁଚନ୍ଦ୍ରିକା ଯୋଗୁଁ ଅଞ୍ଚଳରୁ ଗୋରୁ ପଲ କ୍ରମଶଃ କମିବାରେ ଲାଗିଥିବା ଜଣାଯାଇଛି । ଶନିବାର ଏଭଳି ଗୋରୁ ବୋଝେଇ ହୋଇଥିବା ତିନୋଟି କଣ୍ଟେନରକୁ ଲୋଇସିଂହା ପୋଲିସ ଜବତ କରିଥିଲେ ହେଁ ଅର୍ଧରାତିରେ ଛାଡି ଦେଇଥିବା ଚର୍ଚ୍ଚା ହେଉଛି ।
ଗତ ଶୁକ୍ରବାର ଥିଲା ଲୋଇସିଂହା ଥାନା ରୋତ ସାପ୍ତାହିକ ବଜାର ଦିନ । ବଜାରରୁ ସଂଗୃହିତ ଗୋରୁ ଗୁଡିକୁ ଅନ୍ୟତ୍ର ଚାଲାଣ ଉଦ୍ଦେଶ୍ୟରେ ନିକଟରେ ଠୁଳ କରାଯାଉଥିଲା । ଗୋରୁ ବୋଝେଇ ହେବା ପାଇଁ ଉଦ୍ଧିଷ୍ଟ ଗାଡି ଗୁଡିକ ମଧ୍ୟ ପହଞ୍ଚି ସାରିଥିଲା । ଆଉ ଗତକାଲି ଶନିବାର ସନ୍ଧ୍ୟାରେ ଗୋରୁ ବୋଝେଇ ହେଉଥିବା ସମୟରେ ଲୋଇସିଂହା ପୋଲିସ ସଦଲବଳେ ଚଢ଼ାଉ କରିଥିଲା ରୋତ ବଜାର ନିକଟରେ । ଅନ୍ୟତ୍ର ଚାଲାଣ ପାଇଁ ତିନୋଟି କଣ୍ଟେନରରେ ପ୍ରାୟ ଦେଢ଼ଶହରୁ ଅଧିକ ଗୋରୁ ଥିଲେ । ତିନୋଟି କଣ୍ଟେନରର ଚାବି ମଧ୍ୟ ପୋଲିସ ଜବତ କରି ଥାନାକୁ ଫେରି ଆସିଥିଲା । ଆଉ ଅର୍ଧରାତିରେ ଗୋରୁ ମାଫିଆ ଓ ପୋଲିସ ମଧ୍ୟରେ ଥାନା ଭିତରେ ହୋଇଥିଲା ମୂଳଚାଲ । ଥାନାରେ ଲାଗିଥିବା ସିସିଟିଭି ଫୁଟେଜରୁ ପ୍ରକୃତ ସତକଥା ଜଣାପଡିବ ବୋଲି ସାଧାରଣ ଲୋକେ କହୁଛନ୍ତି । ଦର ଛିଣ୍ଡିଥିଲା ପ୍ରାୟ ୮୦ ହଜାର ଟଙ୍କାରେ । ସକାଳ ବେଳକୁ କଣ୍ଟେନର ଗୁଡିକ ଠିକଣା ଜାଗା ଅଭିମୁଖେ ଯାଇ ସାରିଥିଲେ । ଏପଟେ ବିଭାଗୀୟ ବଡ଼ବାବୁଙ୍କ ଭୟରେ ଘଟଣା ନେଇ ଥାନାର କୌଣସି କର୍ମଚାରୀ ମୁହଁ ଖୋଲିବାକୁ ନାରାଜ । ଜିଲା ପୋଲିସ ମୁଖିଆ ଏଥିପ୍ରତି ଦୃଷ୍ଟିଦେଇ ଦୃଢ଼ ପଦକ୍ଷେପ ନେବା ସକାଶେ ଦାବି ହେଉଛି ।ଦେବାନନ୍ଦ ପୁଟେଲ

related posts

Leave a Comment