Home Breaking News / ତାଜା ଖବର କାଲିଠୁ ଦିଆଯିବ ବୁଷ୍ଟର ଡୋଜ୍

କାଲିଠୁ ଦିଆଯିବ ବୁଷ୍ଟର ଡୋଜ୍

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନୂଆଦିଲ୍ଲୀ ୦୯/୦୧ : ଆମ ଦେଶରେ ଆସନ୍ତାକାଲି ବା ଜାନୁଆରୀ ୧୦ ତାରିଖଠୁ ଆଗ ଧାଡ଼ିର କରୋନା ଯୋଦ୍ଧାମାନଙ୍କୁ କୋଭିଡ ଟିକାର ତୃତୀୟ ଡୋଜ୍ ବା ବୁଷ୍ଟର ଡୋଜ୍ ଟିକାକରଣ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ କିଛି ଦିନ ତଳେ ୧୫ ରୁ ୧୮ ବର୍ଷର ପିଲାମାନଙ୍କ ଟିକାକରଣ ଘୋଷଣା କରିଥିଲେ । ଏହା ଛଡ଼ା ଯୋଗ୍ୟ ଲୋକମାନଙ୍କୁ କରୋନା ଟିକାର ତୃତୀୟ ଡୋଜ୍ ଟିକାକରଣ କରାଯିବ ବୋଲି କହିଥିଲେ । ସରକାର କୋଭିଡ ଟିକାର ତୃତୀୟ ଡୋଜକୁ ବୁଷ୍ଟର ଡୋଜ ବଦଳରେ ପ୍ରିକସନ ଡୋଜ୍ ବୋଲି କହୁଛନ୍ତି।

ଜାନିଆରୀ ୩ ତାରିଖରୁ ୧୫ ରୁ ୧୮ ବର୍ଷ ପିଲାଙ୍କ ପାଇଁ କୋଭିଡ ଟିକାକରଣ ଆରମ୍ଭ ହୋଇଥିବା ବେଳେ ଏବେ ଯୋଗ୍ୟ ଲୋକମାନଙ୍କୁ ଜାନୁଆରୀ ୧୦ ତାରିଖରୁ ତୃତୀୟ ଡୋଜ ଟିକୀକରଣ କାର୍ଯ୍ୟକ୍ରମ ଆରମ୍ଭ ହୋବାକୁ ଯାଉଛି। ଏହି ପ୍ରିକସନ ଡୋଜପାଇଁ ଜାନୁଆରୀ ୮ ରୁ କୋୱିନ (Co-Win) ଆପରେ ପଞ୍ଜୀକରଣ ଆରମ୍ଭ ହୋଇଥିଲା।

ଅନେକ ଦେଶ ନିଜ ଦେଶବାସୀଙ୍କୁ ବୁଷ୍ଟର ଡୋଜ ଟିକା ଦେବା ଆରମ୍ଭ କରିଛନ୍ତି। ଭାରତରେ କରୋନାର ଏହି ତୃତୀୟ ଡୋଜ ଟିକାକୁ ବୁଷ୍ଟର ଡୋଜ ବଦଳରେ ପ୍ରାଥମିକ ସତର୍କତା ମୂଳକ ଡୋଜ କୁହାଯାଉଛି। ବିଶ୍ୱରେ କରୋନା ମହାମାରୀ ପରିସ୍ଥିତି ବଢ଼ୁଥିବା ଦେଖି କୋଭିଡର ତୃତୀୟ ଡୋଜ ଟିକା ଦେବା ନିଷ୍ପତ୍ତି ନିଆଯାଇଛି। ଭାରତରେ କରୋନା ସଂକ୍ରମଣ ଲଗାତାର ବୃଦ୍ଧି ପାଉଥିବା ବେଳେ ନଭେମ୍ବର ୨୪ ତାରିଖ ଚିହ୍ନଟ ହୋଇଥିବା ଓମିକ୍ରନ ଭ୍ୟାରିଆଣ୍ଟ ଏହାର କାରଣ ବୋଲି କୁହାଯାଉଛି।

related posts

Leave a Comment