Home Breaking News / ତାଜା ଖବର ଜମାକାରୀ ଗଣ ସତ୍ୟାଗ୍ରହ ପାଇଁ ପ୍ରସ୍ତୁତି ବୈଠକ

ଜମାକାରୀ ଗଣ ସତ୍ୟାଗ୍ରହ ପାଇଁ ପ୍ରସ୍ତୁତି ବୈଠକ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବାସୁଦେବପୁର , ଚିଟଫଣ୍ଡ ତଦନ୍ତ ନାମରେ କମିଶନ୍ ବସାଇ ୫ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରିବା , ସହ ଛୋଟ ବଡ଼ ସର୍ବ ନାମରେ ୨ /୨ ଥର ସତ୍ୟପାଠ , ନାମରେ ଷ୍ଟାମ୍ପ ଡ୍ୟୁଟି ଆକାର ର ରେ କୋଟି କୋଟି ଟଙ୍କା ରାଜସ୍ବ ଆଦାୟ କରି ସାରିବା ପରେ , ତଦନ୍ତ ପ୍ରକ୍ରିୟା ଅଧାରୁ ବନ୍ଦ ରଖି , କମିଶନ୍ ଙ୍କୁ ହଟାଇ , କ୍ଷତିଗ୍ରସ୍ତ ଜମାକାରୀ ଙ୍କ ଜମାରାଶି ର ସତ୍ୟପାଠ ସବୁ ଖତ ଖାଇ ବାକୁ ଛାଡ଼ିଦେଲେ , ହାତଗଣତି କିଛି କ୍ଷୁଦ୍ର ଜମାକାରୀ ଙ୍କୁ ଆର୍ ଆଇ ମାଧ୍ୟମରେ ଚିହ୍ନଟ କରି ସ୍ୱଳ୍ପ ଜମାରାଶି ଫେରସ୍ତ ଦେଇ , ସରକାର ନିରବ ରହିଛି ବୋଲି ଆଜି ବାସୁଦେବପୁର ରେ ଯାଦବ ପଡିଆ ଠାରେ ଅନୁଷ୍ଠିତ ଆର୍ଥିକ ସଂସ୍ଥା ଦ୍ଵାରା କ୍ଷତି ଗ୍ରସ୍ତ ଜମାକାରୀ ମିଳିତ ମଞ୍ଚ ପକ୍ଷରୁ କୁହା ଯାଇଛି।
ଦୈବୀ ଦୁର୍ବିପାକ ସମୟରେ କ୍ଷତିଗ୍ରସ୍ତ ଓ କ୍ଷତି ର ପରିମାଣ , ଏବଂଚିଟଫଣ୍ଡ ଆଦି ସବୁ ଯାକ ଯଦି ଆର୍ ଆଇ ମାଧ୍ୟମରେ ଚିହ୍ନଟ ହୋଇ ପାରୁଛି , ତେବେ ସମସ୍ତ ଚିଟଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀ ଙ୍କୁ ଆର୍ ଆଇ କିମ୍ଵା ତହସିଲ୍ ମଧ୍ୟମରେ ତୁରନ୍ତ ଚିହ୍ନଟ କରାଯାଇ ଛୋଟ ବଡ଼ ସମସ୍ତ ଜମାକାରୀଙ୍କୁ ଫେରସ୍ତ ଦାବିରେ ଚଳିତ ମାସ ୧୭ ତାରିଖ ଠାରୁ ଭଦ୍ରକ ଜିଲ୍ଲା ପାଳଙ୍କ କାର୍ଯ୍ୟଳୟ ଆଗରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଦିନରାତି ଗଣ ସତ୍ୟାଗ୍ରହ ପାଇଁ ଆଜିର ପ୍ରସ୍ତୁତି ବୈଠକ ରେ ନିଷ୍ପତ୍ତି ନିଆଯାଇ ଅଛି। ଆଜିର ଏହି ଅନୁଷ୍ଠିତ ବୈଠକ ରେ ଉମେଶ ଚନ୍ଦ୍ର ନାୟକ ଙ୍କ ସଭାପତିତ୍ବ ରେ ଗୋପ ବନ୍ଧୁ ପଲାଇ, ସୁଶାନ୍ତ ମହାକୁଡ,
ପ୍ରଶାନ୍ତ ଦଳାଇ, ଅଶୋକ ବେହେରା, ଗୋପୀନାଥ ସାହୁ, ସୁବାସ ଚନ୍ଦ୍ର ବାରିକ୍ ପ୍ରମୁଖ ଉପସ୍ଥିତ ଥିଲେ।

related posts

Leave a Comment