Home Breaking News / ତାଜା ଖବର ୭ଟି ପର୍ଯ୍ୟାୟରେ ହେବ ୫ ରାଜ୍ୟର ବିଧାନସଭା ନିର୍ବାଚନ

୭ଟି ପର୍ଯ୍ୟାୟରେ ହେବ ୫ ରାଜ୍ୟର ବିଧାନସଭା ନିର୍ବାଚନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନୂଆଦିଲ୍ଲୀ ୦୮।୦୧: ଦେଶର ୫ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ବାଜିଲା ନିର୍ବାଚନୀ ବିଗୁଲ। ୭ଟି ପର୍ଯ୍ୟାୟରେ ହେବ ୫ ରାଜ୍ୟର ବିଧାନସଭା ନିର୍ବାଚନ। ଫେବୃଆରୀ ୧୦ରୁ ମତଦାନ ଆରମ୍ଭ ହେଉଥିବା ବେଳେ ମାର୍ଚ୍ଚ ୧୦ରେ ଫଳାଫଳ ପ୍ରକାଶ ପାଇବ। ଦେଶର ସବୁଠୁ ଗୁରୁତ୍ଵପୂର୍ଣ୍ଣ ଉତ୍ତର ପ୍ରଦେଶରେ ଫେବୃଆରୀ ୧୦ରେ ହେବ ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଫେବୃଆରୀ ୧୪ରେ ଦ୍ଵିତୀୟ ପର୍ଯ୍ୟାୟ, ଫେବୃଆରୀ ୨୦ରେ ତୃତୀୟ, ୨୩ରେ ଚତୁର୍ଥ, ୨୭ରେ ପଞ୍ଚମ, ମାର୍ଚ୍ଚ ୩ରେ ଷଷ୍ଠ ଏବଂ ମାର୍ଚ୍ଚ ୭ରେ ସପ୍ତମ ପର୍ଯ୍ୟାୟ ଭୋଟ୍ ଗଣତି ହେବ। ମାର୍ଚ୍ଚ ୧୦ରେ ଭୋଟ୍ ଗଣତି।

ରାଲି, ରୋଡ ଶୋ ଉପରେ ଲାଗିଲା ରୋକ୍

ୟୁପି ସମେତ ସମସ୍ତ ୫ ରାଜ୍ୟରେ ଭୋଟିଂ ସମୟ ଏକ ଘଣ୍ଟା ବଢାଇ ଦିଆଯାଇଛି। ଏହା ବ୍ୟତୀତ ସମସ୍ତ ରାଜ୍ୟରେ ଜାନୁଆରୀ ୧୫ ପର୍ଯ୍ୟନ୍ତ କୌଣସି ପ୍ରକାରର ରାଲି, ରୋଡ୍ ଶୋ,  ବାଇକ୍ ରାଲି, ଜନସଭା ଉପରେ ରୋକ୍ ଲଗାଯାଇଛି। କେବଳ ଭର୍ଚୁଆଲ ରାଲିକୁ ଆୟୋଗ ଅନୁମତି ଦେଇଛନ୍ତି। ଜାନୁଆରୀ ୧୫ରେ ପରିସ୍ଥିତି ସମୀକ୍ଷା କରାଯିବ। ଯଦି ସ୍ଥିତି ନିୟନ୍ତ୍ରଣରେ ଥିବ ତେବେ କଟକଣାରେ କିଛି କୋହଳ କରାଯିବ। ଏହା ବାଦ୍ ନିର୍ବାଚନ ସମାପ୍ତି ପରେ କୌଣସି ପ୍ରକାରର ବିଜୟ ଶୋଭା ଯାତ୍ରା ବାହାର କରାଯାଇ ପାରିବ ନାହିଁ।

କରୋନାର ଦୁଇ ଡୋଜ୍ ଜରୁରୀ

ମୁଖ୍ୟ ନିର୍ବାଚନ ଆୟୋଗ ନିର୍ବାଚନ ସମୟରେ କରୋନା ନିୟମ କଡାକଡି ପାଳନ ଉପରେ ଗୁରୁତ୍ଵାରୋପ କରିଛନ୍ତି। ନିର୍ବାଚନରେ ସମସ୍ତ କର୍ମଚାରୀଙ୍କ ଦୁଇ ଡୋଜ୍ ଭ୍ୟାକ୍ସିନ ଜରୁରୀ। ଉତ୍ତରାଖଣ୍ଡ ଏବଂ ଗୋଆର ଅଧିକାଂଶ ଜନତା ଟିକାର ଦୁଇ ଡୋଜ୍ ନେଇ ସାରିଥିବା ମୁଖ୍ୟ ନିର୍ବାଚନ ଆୟୋଗ ସୁଶୀଲ ଚନ୍ଦ୍ରା କହିଛନ୍ତି। ୟୁପିରେ ୯୦ ପ୍ରତିଶତରୁ କମ ଜନତା ଟିକା ନେଇଛନ୍ତି।

related posts

Leave a Comment