Home Breaking News / ତାଜା ଖବର ପଞ୍ଚାୟତ ନିର୍ବାଚନ ଘୋଷଣା ନହେଉଣୁ କଂଗ୍ରେସ୍‍ ପକ୍ଷରୁ

ପଞ୍ଚାୟତ ନିର୍ବାଚନ ଘୋଷଣା ନହେଉଣୁ କଂଗ୍ରେସ୍‍ ପକ୍ଷରୁ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡା ଜିଲ୍ଲା ଗୁଡାରୀ : (ରବି କିରଣ ପଣ୍ଡା) ରେ କର୍ମୀ ସମିଳନୀ ଅନୁଷ୍ଠିତ ହୋଇଯାଇଛି । ଆଜି ଗୁଡାରୀ ବ୍ଲକ ଶିରିଗୁଡ଼ା ନିକଟରୁ ଏକ ଶୋଭା ଯାତ୍ରା ରେ ଗାଁ ସହର ପରିକ୍ରମା କରା ଯାଇଥିଲା । ପରେ କର୍ମୀ ସମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ଶତାଧିକ କର୍ମୀ କଂଗ୍ରେସ ଦଳ ରେ ସାମିଲ ହୋଇଥିବା ନେଇ ଦଳ ପକ୍ଷରୁ କୁହା ଯାଇଛି । ଏଥିସହ ଆଗାମି ପଞ୍ଚାୟତ ନିର୍ବାଚନ ପୂର୍ବରୁ କଂଗ୍ରେସ୍‍ ବିଗୁଲ ବଜାଇଥିବା ନେଇ ଜିଲ୍ଲା କଂଗ୍ରେସ୍‍ ପକ୍ଷରୁ କୁହାଯାଇଛି । ଅନୁଷ୍ଠିତ କର୍ମୀ ସମିଳନୀରେ କୋରାପୁଟ୍‍ ସାଂସଦ ସପ୍ତଗିରି ଉଲକା,ଡିସିସି ଦୁର୍ଗାପ୍ରସାଦ ପଣ୍ଡା, ବିଜୟ ଗୋମାଙ୍ଗେ, ରଘୁନାଥ ପାତ୍ର, ସମେତ ପଦ୍ମପୁର, ଗୁଡାରୀ, ଗୁଣପୁର ଓ ରାମନଗୁଡ଼ା ର ଦଳୀୟ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ଓ ବହୁ ଦଳୀୟ କର୍ମୀ ସାମିଲ ହୋଇଥିଲେ ।

related posts

Leave a Comment