Home Breaking News / ତାଜା ଖବର ପାତାଳି ଶ୍ରୀକ୍ଷେତ୍ରରୁ ପୁରୀ ଶ୍ରୀକ୍ଷେତ୍ରକୁ ବସ ସେବାକୁ ଶୁଭାରମ୍ଭ କଲେ ପରିବହନ

ପାତାଳି ଶ୍ରୀକ୍ଷେତ୍ରରୁ ପୁରୀ ଶ୍ରୀକ୍ଷେତ୍ରକୁ ବସ ସେବାକୁ ଶୁଭାରମ୍ଭ କଲେ ପରିବହନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବହୁ ଦିନର ଅପେକ୍ଷାର ଅନ୍ତ ଘଟିଲା ଆଜି ପାତାଳି ଶ୍ରୀକ୍ଷେତ୍ରରୁ ପୁରୀ ଶ୍ରୀକ୍ଷେତ୍ର ସହିତ ସିଧାସଳଖ ସଡକ ପଥରେ ସଂଯୋଗ ହୋଇପାରିଛି ପାତାଳି ଶ୍ରୀ କ୍ଷେତ୍ର କୋଟସମଲାଇ, ସୁବର୍ଣ୍ଣପୁର ଠାରୁ ଶ୍ରୀକ୍ଷେତ୍ର ପୁରୀ ଜଗନ୍ନାଥ ଧାମକୁ ରାଜ୍ୟ ପରିବହନ ବିଭାଗ ତରଫରୁ ସରକାରୀ ବସ ଚଳାଚଳର ଶୁଭାରମ୍ଭ କରାଯାଇଛି ଆଜି ସନ୍ଧ୍ୟା ସମୟରେ ଏହି ବସ ସେବାକୁ ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଆନୁଷ୍ଠାନିକ ଭାବରେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି ବସ ଶ୍ରୀ ପାତାଳି କ୍ଷେତ୍ର, କୋଟ ସମଲାଇ ଠାରୁ ସନ୍ଧ୍ୟା ୭ ଟାରେ ବାହାରି ସୁବର୍ଣ୍ଣପୁର ଜିଲ୍ଲାର ଜାଲୋଇ, ଉଲୁଣ୍ଡା, ବିନିକା, ସୋନପୁର, ବିରମହାରାଜପୁର, ଭାୟା ନୟାଗଡ଼, ଭୁବନେଶ୍ବର ଦେଇ ଶ୍ରୀ କ୍ଷେତ୍ର ପୁରୀକୁ ସକାଳ ୭ ଘଣ୍ଟା ୩୦ ମିନିଟରେ ପହଂଚିବ । ସେହିପରି ଶ୍ରୀକ୍ଷେତ୍ର ପୁରୀରୁ ସନ୍ଧ୍ୟା ୫ଘଣ୍ଟା ୩୦ ମିନିଟରେ ବାହାରି ଭୁବନେଶ୍ଵର, ଖୋର୍ଦ୍ଧା, ନୟାଗଡ, ଦଶପଲ୍ଲା, ସୋନପୁର,ବିନିକା, ଉଲୁଣ୍ଡା, ଜାଲୋଇ ଦେଇ କୋଟ ସମଲାଇକୁ ସକାଳ ୬ଟା ୦୫ମିନିଟ ରେ ପହଂଚିବ ଏହି ବସ ସେବାଯୋଗୁ ସମଗ୍ର ରାଜ୍ୟରେ ଖୁସିର ଲହରୀ ଖେଳି ଯାଇଛି

related posts

Leave a Comment