Home Breaking News / ତାଜା ଖବର ବଲାଙ୍ଗୀରର ପ୍ରଥମ ଓମିକ୍ରନ ଆକ୍ରାନ୍ତ ମୃତ

ବଲାଙ୍ଗୀରର ପ୍ରଥମ ଓମିକ୍ରନ ଆକ୍ରାନ୍ତ ମୃତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଆଗଲପୁର(ଦେବାନନ୍ଦ ପୁଟେଲ):ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ କୁଟାସିଂହା ଗ୍ରାମ ପଂଚାୟତ ଡୁଙ୍ଗୁରିପାଲି ଗ୍ରାମ ର 55 ବୟସ ମହିଳା ଇନ୍ଦ୍ରା ନାୟକ ଗତ 22ତାରିଖ ରେ ଷ୍ଟୋଭ ମାରିବାରୁ ବଲାଙ୍ଗୀର ଭୀମଭୋଇ ମେଡିକାଲ ରେ ଭର୍ତ୍ତି ହୋଇଥିଲେ ଦୁଇ ଦିନ ର ଚିକିତ୍ସା ପରେ ବୁର୍ଲା କୁ ମେଡିକାଲ କୁ ସ୍ଥାନାନ୍ତର କରାଯାଇଥିଲା l ଗତ 27ତାରିଖ ରେ ଚିକିତ୍ସା ଧୀନ ଅବସ୍ଥା ରେ ବୁର୍ଲା ରେ ମୃତ୍ୟୁ ଘଟିଥିଲା l କିନ୍ତୁ ଚିକିତ୍ସା ଧୀନ ଅବସ୍ଥା ରେ ସ୍ୱାପ ସଂଗ୍ରହ କରି ଟେଷ୍ଟ କରାଯାଇଥିଲା l ଗତ 5 ତାରିଖ ରେ ଇନ୍ଦ୍ରା ନାୟକ ଓମିକ୍ରନ ଆକ୍ରାନ୍ତ ଥିଲେ ବୋଲି ରିପୋର୍ଟ ଆସିଛି ଫଳରେ ରାଜ୍ୟ ଓ ବଲାଙ୍ଗୀର ଜିଲ୍ଲା ରେ ପ୍ରଥମ ଓମିକ୍ରନ ଆକ୍ରାନ୍ତ ଙ୍କ ମୃତ୍ୟୁ ଘଟିଛି ଏବଂ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସ୍ନେହଲତା ସାହୁ ସୂଚନା ଦେଇଛନ୍ତି l ସେପଟେ ବୁର୍ଲା ରେ ମୃତ୍ୟୁ ପରେ ତାଙ୍କ ଶବକୁ ନିଜ ଗାଁ ଡୁଙ୍ଗୁରିପାଲି ଆଣି ଶବ ସତ୍କାର କରାଯାଇଥିଲା l ବଲାଙ୍ଗୀର ଜିଲ୍ଲା ର ଲୋଇସିଂହା ଆଗଲପୁର ଅଂଚଳ ରେ ପ୍ରଥମ କରି ଓମିକ୍ରନ ଆକ୍ରାନ୍ତ ମୃତ୍ୟୁ ହୋଇଥିବା ବେଳେ ପ୍ରଶାସନ ତରଫରୁ ତତ୍ପରତା ଦେଖିବାକୁ ମିଳୁନାହିଁ l

related posts

Leave a Comment