Home Breaking News / ତାଜା ଖବର ଟ୍ୱିନ୍ ସିଟିରେ ଆଜି ରାତି ୯ଟାରୁ ନାଇଟ୍ କର୍ଫ୍ୟୁ: ନିୟମ ଖିଲାପ କଲେ ୭ ଦିନ ପାଇଁ ଦୋକାନ ବନ୍ଦ

ଟ୍ୱିନ୍ ସିଟିରେ ଆଜି ରାତି ୯ଟାରୁ ନାଇଟ୍ କର୍ଫ୍ୟୁ: ନିୟମ ଖିଲାପ କଲେ ୭ ଦିନ ପାଇଁ ଦୋକାନ ବନ୍ଦ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଭୁବନେଶ୍ୱର: କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜିଠାରୁ ରାଜ୍ୟର ସହରାଞ୍ଚଳଗୁଡ଼ିକରେ ନାଇଟ କର୍ଫ୍ୟୁ କଡାକଡି ହେବ। କଟକ-ଭୁବନେଶ୍ୱରରେ ଏହାକୁ କଡାକଡି ପାଳନ କରାଯିବ ବୋଲି କହିଛନ୍ତି ପୁଲିସ କମିସନର। ରାତି ୯ଟାରୁ ସକାଳ ୫ଟା ଯାଏଁ ପୁଲିସ ପଇଁତରା ମାରିବ। ନିୟମ ଭାଙ୍ଗିଲେ କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାବନୀ ଦେଇଛନ୍ତି ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ।

ସେ କହିଛନ୍ତି, ନାଇଟ କର୍ଫ୍ୟୁ ସମୟରେ ସମସ୍ତ ହୋଟେଲ, ରେଷ୍ଟୁରାଣ୍ଟ ଓ ଦୋକାନ ବଜାର ବନ୍ଦ ରହିବ। କୌଣସି ଦୋକାନ, ମଲ୍ କିମ୍ବା ରେଷ୍ଟୁରାଣ୍ଟ ନିୟମ ଖିଲାପ କଲେ ଅତି କମରେ ୭ ଦିନ ପାଇଁ ବନ୍ଦ କରାଯିବ।

related posts

Leave a Comment