Home Breaking News / ତାଜା ଖବର ନୂଆ ମୋଡ୍: ଘରେ ପ୍ରବେଶ କଲେ ବୋହୂ, ଆଉଟ୍ ହେଲେ ଶ୍ଵଶୁର

ନୂଆ ମୋଡ୍: ଘରେ ପ୍ରବେଶ କଲେ ବୋହୂ, ଆଉଟ୍ ହେଲେ ଶ୍ଵଶୁର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବ୍ରହ୍ମପୁର ୦୭।୦୧: ବ୍ରହ୍ମପୁର ବ୍ରାହ୍ମାନଗରର ଦମ୍ପତି ଡାକ୍ତର ସୁମିତ୍ ଓ ତପସ୍ବିନୀ ପାରିବାରିକ ବିବାଦ ମାମଲାରେ ନୂଆ ମୋଡ଼ । କୋର୍ଟଙ୍କ ଆଦେଶ ବଳରେ ବୋହୂ ତପସ୍ବିନୀ ଶ୍ବଶୂର ଘରେ ପ୍ରବେଶ କରିଥିବା ବେଳ ନିଜକୁ ଅସୁରକ୍ଷିତ ଦର୍ଶାଇ ରାତି ଅଧରେ ଘରୁ ବାହାରି ଯାଇଛନ୍ତି ଡାକ୍ତର ସୁମିତ୍‌ଙ୍କ ବାପା ତଥା ତପସ୍ବିନୀଙ୍କ ଶ୍ବଶୂର ପ୍ରମୋଦ ସାହୁ । ଏନେଇ ସେ ମଧ୍ୟ ଏକ ଭିଡିଓ ଜାରି କରିଛନ୍ତି ।

ସୁମିତ୍-ତପସ୍ବିନୀ ମାମଲାରେ ନୂଆ ଟ୍ବିଷ୍ଟ । ବୋହୂ ଇନ୍, ଶ୍ବଶୂର ଆଉଟ୍ । କୋର୍ଟଙ୍କ ଆଦେଶ ବଳରେ ଶ୍ବଶୂର ଘରେ ପ୍ରବେଶ କଲେ ବୋହୂ ତପସ୍ବିନୀ । ସେପଟେ ନିଜକୁ ଅସୁରକ୍ଷିତ ଦର୍ଶାଇ ରାତି ଅଧରେ ଘରୁ ବାହାରିଗଲେ ଶ୍ବଶୂର ପ୍ରମୋଦ ସାହୁ । ମାସାଧିକ କାଳ ଶ୍ବଶୂରଘର ସାମ୍ନାରେ ଧାରଣା ଏବଂ କୋର୍ଟରେ ଆଇନଗତ ଲଢ଼େଇ ପରେ ଗତକାଲି ରାତିରେ ତପସ୍ବିନୀ ବ୍ରହ୍ମପୁର ବ୍ରହ୍ମାନଗରସ୍ଥିତ ତାଙ୍କ ଶ୍ବଶୂର ଘରେ ପ୍ରବେଶ କରିଛନ୍ତି । ହେଲେ ସେପଟେ ବୋହୂ ଘରେ ପଶୁ ପଶୁ ଘର ଛାଡ଼ି ରାତି ଅଧରେ ପଳାଇଛନ୍ତି ଶ୍ବଶୂର ପ୍ରମୋଦ ସାହୁ ।

related posts

Leave a Comment