Home Breaking News / ତାଜା ଖବର ସୁବର୍ଣ୍ଣପୁର : ମଣ୍ଡି ଅବ୍ୟବସ୍ଥା ବୁଲି ଦେଖିଲେ ରାଜ୍ୟ କିଷାନ ସେଲ୍ ସଭାପତି ଅମିୟ ପଟ୍ଟନାୟକ ଓ କଟାଂବାଜିଂ ବିଧାୟକ ସନ୍ତୋଷ ସିଂ ଓ ବିନିକାରେ ସାମ୍ବାଦିକ ସମ୍ମିଲନି

ସୁବର୍ଣ୍ଣପୁର : ମଣ୍ଡି ଅବ୍ୟବସ୍ଥା ବୁଲି ଦେଖିଲେ ରାଜ୍ୟ କିଷାନ ସେଲ୍ ସଭାପତି ଅମିୟ ପଟ୍ଟନାୟକ ଓ କଟାଂବାଜିଂ ବିଧାୟକ ସନ୍ତୋଷ ସିଂ ଓ ବିନିକାରେ ସାମ୍ବାଦିକ ସମ୍ମିଲନି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବିନିକା ୭/୧: ସୁବର୍ଣ୍ଣପୁର ଜିଲ୍ଲା ବିରମାହାରାଜପୁର ଓ ଉଲୁଣ୍ଡା ବ୍ଳକ ୬ଗୋଟି ଧାନ ମଣ୍ଡିରେ ହେଉଥିବା ଅବ୍ୟବସ୍ଥା କୁ ବୁଲି ଦେଖିଥିଲେ ରାଜ୍ୟ କିଷାନ ସେଲ୍ ସଭାପତି ଅମିୟ ପଟ୍ଟନାୟକ ଓ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ା ଏନେଇ ବିନିକା ଠାରେ ସୁବର୍ଣ୍ଣପୁର ଜିଲ୍ଳା କଂଗ୍ରେସ ସଭାପତି ଗୌରିଶ୍ୟାମ ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ସମ୍ବାଦିକ ସମ୍ବିଲନିରେ ବିଭିନ୍ନ
ବିରମାହାରାଜପୁର ଓ ଉଲୁଣ୍ଡା ମଣ୍ଡି ମାନଙ୍କୁ ଚାଷୀ ମାନଙ୍କ ସହିତ ସିଧାସଳଖ ଆଲୋଚନା କରିଥିଲେ।ଏହି ସବୁକୁ ଦେଖି ଜିଲ୍ଲାରେ ମୋଟାମୁଟି ହିସାବରେ ମିଲରରାଜ ଚାଲିଥିବାସହ ମଣ୍ଡି ଗୁଡିକରେ ୩ ରୁ ୧୦ କେଜି ପର୍ଯ୍ୟନ୍ତ କଟ୍‌ନି ଛଟ୍‌ନି ହେଉଥିବା ବେଳେ ଭିତି ଭୁମି ଅଭାବ ସହ ମିଲର୍ସ ଟ୍ରାନ୍ସପୋର୍ଟି କରିବା ବଦଳରେ ମଣ୍ଡିକୁ ଯାଇ ଧାନର ମାନ ଯାଚଂ କରୁଛନ୍ତି ା ଯାହା ଫଳରେ ଚାଷୀ ଶୋଷଣର ଶିକାର ହେଉଛି,ମଣ୍ଡିରେ ହଜାର ହଜାର ବସ୍ତା ଧାନ ପଡି ରହୁଛି,କଟ୍‌ନି ଛଟ୍‌ନି ବନ୍ଦ,ଧାନ ତୁରନ୍ତ ଉଠାଯାଉ,ଧାନର ଏମ୍‌ଏସ୍‌ପି ଦିଆଯାଉ ଆଦି ବିଷୟରେ କଟାଂବାଜିଂ ବିଧାୟକ ସନ୍ତୋଷ ସିଂ ସାଲୁଜା ସାମ୍ବାଦିକ ସମ୍ମିଳନୀରେ କହିଥିବା ବେଳେ ସମଗ୍ର ରାଜ୍ୟରେ ଧାନକିଣା ଅବସ୍ତା ଅତ୍ୟନ୍ତ ସଂଗିନ,ସରକାର ଯାହା କରୁଛନ୍ତି ତାହା କରୁନାହାନ୍ତି,ଚାଷୀଙ୍କୁ ପ୍ରତାରିତ କରୁଛନ୍ତି,ମଣ୍ଡିରେ ପେସ୍କ କର୍ମକତ୍ତା ଓ ଏସ୍‌ଏଚ୍‌ଜି ଗୃପର ମହିଲା ମାନେ ଧାନ କିଣୁଛନ୍ତି ନା ମିଲର ଧାନ କୁଣୁଛି ତାହା ଜଣାପଡୁନାହିଁ,ଅଖାବସ୍ତାର ମୁଲ୍ୟ ଚାଷୀ ପାଇଁବାରୁ ବଞ୍ଚିତ, ଗୋଟିଏ ରୃତୁରେ ୩ ହଜାର କୋଟିର ଟଙ୍କାର ଅଖାବସ୍ତାରେ ଦୁର୍ନିତି ହୋଇଛି,ଟୋକନ ଲାପ୍ସ,ଜିଲ୍ଲା ପ୍ରଶାସନ ମିର୍ଲସର ମାନଙ୍କର ମଧୁ ଚନ୍ଦ୍ରିକାରେ ଧାନ କିଣା ଚାଳିଛି ବୋଲି ରାଜ୍ୟ କିଷାନ୍ ସେଲ ସଭାପତି ଅମିୟ ପଟ୍ଟନାୟକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ ା, ସମ୍ବାଦିକ ସମ୍ମିଲନିରେ ରାଜ୍ୟ କିଷାନ୍ ସେଲ ସଂପାଦକ ସପ୍ନେଶ୍ବର ପୁଷ୍ଟି, ଜିଲ୍ଲା କିଷାନ୍ ସେଲ ସଭାପତି ନରେନ୍ଦ୍ର ପଣ୍ଡା ପଣ୍ଡା ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଦୀପ ସେଠୀ ,ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରିୟବ୍ରତ ସାହୁ, ଜିଲ୍ଲା ସୋସିଏଲ ମିଡିଆ ସଂଯୋଜକ ସୁମନ୍ତ ସାହୁ ,ସୋନପୁର ବ୍ଲକ କିଷାନ କଂଗ୍ରେସ ସଭାପତି ଲକ୍ଷ୍ମଣ କୁମାର ଦାସ ;ବିଏମପୁର ବ୍ଲକ କିଷାନ୍ ସେଲ ସଭାପତି ରଘୁ ପଧାନସୋନପୁର ବ୍ଲକ ସଭାପତି ରାଜେନ୍ଦ୍ର ପ୍ରସାଦ୍ ମେହେର ,ବିଏମପୁର ବ୍ଲକ ସଭାପତି ବସନ୍ତ ମହାକୁର ,ଉଲୁଣ୍ଡା ବ୍ଲକ କିଷାନ୍ କଂଗ୍ରେସ ସଭାପତି ନାରାୟଣ ପଧାନ, ଉଲୁଣ୍ଡା ବ୍ଲକ  ସଭାପତି ନରସିଂହ ପଣ୍ଡା ,ସାଂଗଠନିକ ସଭାପତି ସୁଧିର ପଣ୍ଡା ଜିଲ୍ଲା ପ୍ରଭୁଦତ୍ତ ବସ୍ତିଆ ,କାହ୍ନୁ ହାତୀ, ହଜାରୁ ସାହୁ ,ହରିହର ଛନ୍ଦ ,କୁଶ ଭୁଏ ପ୍ରମୁଖ ସାମିଲ ଥିଲେ।

related posts

Leave a Comment