Home Breaking News / ତାଜା ଖବର ତେଲୁଗୁ ସୁପରଷ୍ଟାର ମହେଶ ବାବୁ କରୋନା ସଂକ୍ରମିତ

ତେଲୁଗୁ ସୁପରଷ୍ଟାର ମହେଶ ବାବୁ କରୋନା ସଂକ୍ରମିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନୂଆଦିଲ୍ଳୀ ୦୭। ୦୧ : ସାଉଥର ସୁପର୍‌ ଷ୍ଟାର୍‌ ମହେଶ ବାବୁ କରୋନା ସଂକ୍ରମିତ ହୋଇଛନ୍ତି । ଏନେଇ ଗୁରୁବାର ସୋସିଆଲ୍‌ ମିଡିଆରେ ଏହି ସୂଚନା ଦେଇଛନ୍ତି । ମହେଶ ବାବୁ କହିଛନ୍ତି, ସଂକ୍ରମଣରୁ ସୁରକ୍ଷା ପାଇଁ ଏହାର ପ୍ରତିକାର ମୂଳକ ପଦକ୍ଷେପ ଆପଣାଇଥିଲି । ଏହି ସବୁ ସତ୍ତ୍ବେ ଏହି ଭାଇରସ୍‌ ସଂସ୍ପର୍ଶରେ ଆସିଛି । ମୋ ବ୍ୟତୀତ ମୋ ଠାରେ କରୋନାର ସାମାନ୍ୟ ଲକ୍ଷଣ ରହିଛି ।

ଏଥିପାଇଁ ନିଜ ପ୍ରଶଂସକ ଓ ବନ୍ଧୁମାନଙ୍କୁ କହିଛନ୍ତି, କରୋନା ସଂକ୍ରମିତ ଥିବା ଜଣାପଡ଼ିବା ପରେ ମୁଁ ନିଜକୁ ଘର ମଧ୍ୟରେ ସଙ୍ଗରୋଧ କରିଦେଇଛି । ମହାମାରୀ ସଂକ୍ରାନ୍ତ ସମସ୍ତ ସ୍ବାସ୍ଥ୍ୟଗତ ଗାଇଡ୍‌ଲାଇନ୍‌କୁ ଫଲୋ କରୁଛି । ତେବେ ମୋ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ କରୋନା ପରୀକ୍ଷା କରାଇବା ପାଇଁ ଅନୁରୋଧ କରୁଛି । ଟିକା ନେଇ ନ ଥିବା ଲୋକମାନେ ତୁରନ୍ତ ଟିକା ନେବାକୁ ଆବଶ୍ୟକ ବୋଲି ସେ ଦେଇଛନ୍ତି ।

related posts

Leave a Comment