Home Breaking News / ତାଜା ଖବର ରାୟଗଡ କଳାହାଣ୍ଡି ସୀମାନ୍ତରେ ହାତୀ ଉପଦ୍ରବ ଲୋକେ ଭୟବିତ

ରାୟଗଡ କଳାହାଣ୍ଡି ସୀମାନ୍ତରେ ହାତୀ ଉପଦ୍ରବ ଲୋକେ ଭୟବିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଓ କଳାହାଣ୍ଡି ର ସୀମାନ୍ତ ର ଧାମୁଣିପଙ୍ଗା ପଞ୍ଚାୟତ ର କାଳିଆଗୁଡ଼ା ଗାଁ ନିକଟ ପାପିବାଲି ଜଙ୍ଗଲ ରେ ମାତିଛନ୍ତି ଜଙ୍ଗଲୀ ହାତୀ ଲୋକେ ଆତଙ୍କିତ ସୁଚନା ଅନୁଯାୟୀ ଗୋଟିଏ ମାଈଁହାତୀ ଓ ଗୋଟିଏ ଦନ୍ତାହାତୀ ପାପିବାଲି ଜଙ୍ଗଲ ରେ ଚଳପ୍ରଚଳ କରୁଥିବା ଗାଁ ଲୋକେ ଦେଖି ବନବିଭାଗ କୁ ଜଣାଇଥିଲେ ଖବରପାଇ ବନବିଭାଗ କର୍ମଚାରୀ ପହଞ୍ଚି ଦୁଇ ହାତୀ ଙ୍କୁ ସୁରକ୍ଷିତ ଭାବେ ଜଙ୍ଗଲ ଭିତରକୁ ଘଊଡାଈବାରେ ସଫଳ ହୋଇଥିଲେ । ଦୁଇ ହାତୀ କଳାହାଣ୍ଡି ଜିଲ୍ଲା କର୍ଲାପାଟ ଜଙ୍ଗଲ ରୁ ପଶିଆସି ଥିବା ବେଳେ ସେହି ଜଙ୍ଗଲ ପଟକୁ ମୁହଁଈ ଥିବା ବନବିଭାଗ ସୁଚନା ଦେବାସହ ହାତୀ ର ଚଳପ୍ରଚଳ ଊପରେ ଦୁଷ୍ଟି ରଖି ଥିବା କହିଛନ୍ତି। ଅନ୍ୟ ପଟେ ଲୋକ ଙ୍କ ଧନ ଜିବନ ଯେପରି ସୁରକ୍ଷିତ ରହିବ ଏଥି ପ୍ରତି ମଧ୍ଯ ବନବିଭାଗ ସଜାଗ ରହିଥିବା ଜଣାପଡିଛି । ପ୍ରତି ବର୍ଷ ଏହି ମାସରେ ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲ ଛାଡ଼ି ଚାଷ ଜମି ତଥା ଗ୍ରାମ ଆଡକୁ ଆସି ଫସଲ ଓ ବାସ ଗୃହ ଏବଂ ମଣିଷକୁ ବି ଦଳିଦେବାର ଅନେକ ଦୃଷ୍ଠିନ୍ତ ରହିଛି। ଏଭଳି ପରିସ୍ଥିତି କୁ ମୁକାବିଲା କରିବାକୁ ବନ ବିଭାଗ ସଜାଗ ରହିବା ସହ ଗାଁ ଗାଁ ବୁଲି ଲୋକଙ୍କୁ ସଚେତନ କରିବାକୁ ଚେଷ୍ଟା କରିବା କଥା।

related posts

Leave a Comment