Home Breaking News / ତାଜା ଖବର ଡାକ୍ତର ଆସିଲେନି, ଅଟୋରେ ପ୍ରସବ କଲେ ମହିଳା

ଡାକ୍ତର ଆସିଲେନି, ଅଟୋରେ ପ୍ରସବ କଲେ ମହିଳା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ -7/1(ସୁନୀଲ ପଟନାୟକ):

ଡାକ୍ତର ଆସିଲେନି,ଶେଷରେ ମହିଳା ଅଟୋ ରେ ପ୍ରସବ କଲେ l ଏପରିକି ଅଭିଯୋଗ ହେବା ପରେ ଡାକ୍ତର ଜଣକ ରୋଗୀ ନ ଦେଖି ଅନ୍ୟ ମେଡିକାଲ କୁ ସ୍ଥାନା ନ୍ତରିତ କରିଦେଇଥବା ଅଭିଯୋଗ ହେଉଛି l
ସୂଚନା ଯୋଗ୍ୟ ଯେ, ଜି. ଉଦୟଗିରି ବ୍ଳକ ଅଂଚଳ ରନିଲୁଙ୍ଗିଆ ଗ୍ରାମ ର ନଂଗା ପ୍ରଧାନ ଙ୍କ ଝିଅ ମଇନା ପ୍ରଧାନ ଗ୍ରାମର ଆଶା ଦିଦି ଙ୍କ ସହାୟତାରେ
ଜି. ଉଦୟଗିରି ଡାକ୍ତର ଖାନା କୁଅ ଟୋ ରେ ଆସିଥିଲେ lଡାକ୍ତର ଖାନା ସମ୍ମୁଖରେ ଯନ୍ତ୍ରଣା ରେ ଛଟପଟ ହେଉଥିବା ବେଳେ ଡାକ୍ତର ଫୁଲବାଣୀ ସଦର ମହକୁମା ଡାକ୍ତର ଖାନା କୁ କୁଆଡେ ରେଫେର କରିଦେଇଥିଲେ l ଏହି ଭିତରେ ମଇନା ଙ୍କ ପ୍ରସବ ହୋଇଥିଲା l
ତେବେ ଏନେଇ ଡାକ୍ତର ଙ୍କୁ ପଚାରିବାରେ ସେ ଏମିତି ବେଳେ ବେଳେ ପ୍ରସବ ହୋଇଥାଏ ଅସୁବିଧା କିଛି ନାହିଁ ବୋଲି କହିଥିଲେl ସେହିପରି କାଗଜ ପତ୍ର ମଧ୍ୟ ଠିକ ନଥିବା ଡାକ୍ତର କହିଥିଲେ l
ସରକାର ଲୋକଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଡାକ୍ତର ମାନଙ୍କ ଏଭଳି ବ୍ୟବହାର ରୋଗୀ ଓ ସମ୍ପର୍କୀୟ ଙ୍କୁ ବ୍ୟଥିତ କରିଛି l

related posts

Leave a Comment