Home Breaking News / ତାଜା ଖବର ପୋଖରୀରେ ବୁଡି ମହିଳା ମୃତ, ଶୌଚ ପାଇଁ ଯାଇଥିବା ବେଳେ ହାରିଲେ ଜୀବନ

ପୋଖରୀରେ ବୁଡି ମହିଳା ମୃତ, ଶୌଚ ପାଇଁ ଯାଇଥିବା ବେଳେ ହାରିଲେ ଜୀବନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଅବିନାଶ ମହାନ୍ତି: ପୋଖରୀରେ ବୁଡି ଜୀବନ ହାରିଲେ ମହିଳା । ଶୌଚ ପାଇଁ ଯାଇଥିବା ବେଳେ ଅଘଟଣ । ଏପରି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ତୋଟାପଡା ଗ୍ରାମରେ ।

ସୂଚନାନୁସାରେ, ରାସଗୋବିନ୍ଦପୁର ତୋଟାପଡା ପଞ୍ଚାୟତର ହାଣ୍ଡିଧୂଆ ଗ୍ରାମରେ ରହୁଥିଲେ ବାସନ୍ତୀ ପାଣ୍ଡିଆ । ସେ ଶୁକ୍ରବାର ଭୋର ସକାଳୁ ପୋଖରୀକୁ ଶୌଚ ପାଇଁ ଯାଇଥିଲେ । ତେବେ ପୋଖରୀରେ ବୁଡି ସେ ପ୍ରାଣ ହରାଇଥିଲେ । ଗାଁ ଲୋକେ ତାଙ୍କୁ ଉଦ୍ଧାର କରିଥିଲେ ମଧ୍ୟ ସେତେବେଳକୁ ପ୍ରାଣବାୟୁ ଉଡି ସାରିଥିଲା । ଘଟଣାକୁ ନେଇ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

related posts

Leave a Comment