Home Breaking News / ତାଜା ଖବର ଦେଶରେ ବେଲଗାମ୍ କରୋନା, ୭ ମାସ ପରେ ଦେଶରେ ଲକ୍ଷେ ଟପିଲା ସଂକ୍ରମଣ

ଦେଶରେ ବେଲଗାମ୍ କରୋନା, ୭ ମାସ ପରେ ଦେଶରେ ଲକ୍ଷେ ଟପିଲା ସଂକ୍ରମଣ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଦେଶରେ କରୋନା ସ୍ଥିତି ବେଲଗାମ ଆଡକୁ ଗତି କରୁଛି । ଦେଶରେ ଗତ ୨୪ ଘଂଟାର କରୋନାରିପୋର୍ଟ ଆସିଛି । ଗତ୨୪ ଘଂଟାରେ ସାରାଦେଶରେ କରୋନା ସଂକ୍ରମିତ ସଂଖ୍ୟା ୧ ଲକ୍ଷ ୧୭ ହଜାର ୧୦୦ ଆସିଛି । ଗୁରୁବାର ତୁଳନାରେ ଏହି ସଂଖ୍ୟା ୨୮.୮ ପ୍ରତିଶତ ଅଧିକ । ବୁଧବାର ଦେଶରେ ୯୦ହଜାରରୁ ଅଧିକ କରୋନାର ନୂଆ ମାମଲା ଚିହ୍ନଟ ହୋଇଥିଲା । ବର୍ତମାନ ଦେଶରେ ୧ ଲକ୍ଷ ୧୭ ହଜାର ଅତିକ୍ରମ କରିଛି ସଂଖ୍ୟା । ରିପୋର୍ଟ ଅନୁସାରେ ଏହି ସଂଖ୍ୟା ଗତ ୭ ମାସରେ ସବୁଠାରୁ ଅଧିକ । ୨୦୨୧ ମସିହା ଜୁନ୍ ୬ ତାରିଖରେ ଦେଶରେ ଶେଷ ଥର ପାଇଁ ଏକ ଲକ୍ଷ ଉପରେ ଆସିଥିଲା ସଂକ୍ରମଣ ।

ଦେଶର ସବୁଠାରୁ ଅଧିକ ସଂକ୍ରମିତ୫ ରାଜ୍ୟ

  • ମହାରାଷ୍ଟ୍ର ୩୬,୨୬୫
  • ପଶ୍ଚିମବଙ୍ଗ ୧୫,୪୨୧
  • ଦିଲ୍ଲୀ ୧୫,୦୯୭
  • ତାମିଲନାଡୁ ୬,୯୮୩
  • କର୍ଣ୍ଣାଟକ ୫,୦୩୧

କରୋନାର ଏହି ବେଗ ଭିତରେ ଆଶ୍ୱସ୍ତି କର କଥା ହେଉଛି ଦେଶରେ ରିକଭରୀ ରେଟ୍ ୯୭.୫୭ ପ୍ରତିଶତ ରହିଛି । ଗତ୨୪ ଘଂଟାରେ ସାରାଦେଶରେ ୩୦ ହଜାର ୮୩୬ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ବର୍ତମାନସୁଦ୍ଧା ଦେଶରେ ୩ କୋଟି ୪୩ ଲକ୍ଷ ୭୧ ହଜାର ୮୪୫ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତିି ।

related posts

Leave a Comment