Home Breaking News / ତାଜା ଖବର କୋଭିଡ୍ ହସ୍ପିଟାଲ ଉଦଘାଟିତ

କୋଭିଡ୍ ହସ୍ପିଟାଲ ଉଦଘାଟିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସାଲେପୁର(ଜ୍ୟୋସ୍ନା ରାଣୀ ସିଂହ): କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ୍ କୁଳିଆ rmc ପଡିଆ ଠାରେ ଏକ ଶହେ ଶଯ୍ୟା ବିଶିଷ୍ଟ ନୂତନ କୋଭିଡ ହସ୍ପିଟାଲ ଉଦଘାଟିତ ହୋଇଯାଇଛି। ଆମେରିକାନ ଇଣ୍ଡିଆ ଫାଉଣ୍ଡେସନ ଓ ଓଡିଶା ସରକାରଙ୍କ ମିଳିତ ସହଯୋଗରେ 5 କୋଟିରୁ ଉର୍ଦ୍ଧ ବ୍ୟୟରେ ନିର୍ମିତ ହୋଇଛି ଏହି ହସ୍ପିଟାଲ। କୋଭିଡ ପାଇଁ icu ଓ ventilator ଭଳି ସମସ୍ତ ଅତ୍ୟାଧୁନିକ ଚିକିତ୍ସାରେ ସଜ୍ଜିତ ଏହି ହସ୍ପିଟାଲ କଟକ, କେନ୍ଦ୍ରାପଡା ଓ ଯାଜପୁର ଜିଲ୍ଲାର ସମ୍ବେଦନଶୀଳ କୋଭିଡ ରୋଗୀଙ୍କ ଚିକିତ୍ସା ପାଇଁ ବହୁ ଉପାଦେୟ ହେବ ଏହି ହସ୍ପିଟାଲ। ଉଦଘାଟନୀ ଉତ୍ସବରେ ଅତିଥି ଭାବରେ ମନ୍ତ୍ରୀ ପ୍ରତାପ ଜେନା, କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା, ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, ପାଟକୁରା ବିଧାୟକ ଶବିତ୍ରୀ ଅଗ୍ରୱାଲ , ଅମେରିକନା ଇଣ୍ଡିଆ ଫାଉଣ୍ଡେସନର ମୁଖ୍ୟ ସୁବ୍ରତ ସରକାର ପ୍ରମୁଖ ଯୋଗଦେଇଥିଲେ।

related posts

Leave a Comment