Home Breaking News / ତାଜା ଖବର ଆଦିମ ଅଧିବାସୀଙ୍କୁ ଶୀତ ବସ୍ତ୍ର ବାଣ୍ଟିଲେ ଯୁବ ସମାଜସେବୀ ବୁଲୁ ମଲିକ

ଆଦିମ ଅଧିବାସୀଙ୍କୁ ଶୀତ ବସ୍ତ୍ର ବାଣ୍ଟିଲେ ଯୁବ ସମାଜସେବୀ ବୁଲୁ ମଲିକ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ -7/1(ସୁନୀଲ ପଟନାୟକ ): ଆଦିବାସୀ ଅଧ୍ୟୁଷିତ କନ୍ଧମାଳର ଯୁବ ସମାଜସେବୀ ବୁଲୁ ମଲିକ ଜଣେ ଜଣାଶୁଣା ନାଁ l ସବୁ ବର୍ଷପରି ଚଳିତ ବର୍ଷ ମଧ୍ୟ ନଦୀ ପାହାଡ଼ ଡେଇଂ ଦୁର୍ଗମ ମାଓ ଇଲାକାରେ ବସବାସ କରୁଥିବା ଆଦିମ ଅଧିବାସୀ କୁଟିଆ କନ୍ଧ ଜନ ଜାତିକୁ ଶୀତ ବସ୍ତ୍ର ବଣ୍ଟନ କରିଛନ୍ତି କୋଟଗଡ ବ୍ଲକ ରାଣୀପାଙ୍ଗା ଗ୍ରାମ ପଂଚାୟତ ର ଗହିଗୁଡ଼ା ଜଙ୍ଗଲ ବାତେଡି ଓ ଦୁର୍ଗାପାଙ୍ଗା ଗ୍ରାମ ପଂଚାୟତ ର ବାଣ୍ଡ୍ରlଲା, ସିନ୍ଦିବାଲି, ପହେରିମାଲା, ଲିଡରଙ୍ଗି, ନିଲିଗୁଡା ଆଦି ଉପାନ୍ତ ଗାଁ ରେ ବସବାସ କରୁଥିବା ଅସହାୟ ବୃଦ୍ଧ ବୃଦ୍ଧା ଙ୍କୁ ଶୀତ ବସ୍ତ୍ର ବଣ୍ଟନ କରିଛନ୍ତି l ସମାଜସେବୀ ବୁଲୁ ଶୀତଋତୁରେ କମ୍ବଳ ଓ ବର୍ଷା ଋତୁରେ ଛତା ଓ ମହାମାରୀ କରୋନା ସମୟରେ ଅସହାୟ ଲୋକଙ୍କୁ ଶୁଖିଲା ଖାଦ୍ୟ, ଔଷଧ କୁନି କୁନି ପିଲାଙ୍କୁ ପାଠ୍ୟ ଉପକରଣ, ଭୋକିଲା ଲୋକଙ୍କୁ ଆହାର ଯୋଗାଇ ବେଶ ଚର୍ଚ୍ଚାରେ ଥିଲେ ଏବଂ ଲୋକଙ୍କ ଠାରୁ ଅଜସ୍ର ପ୍ରଶଂସା ସାଉଁଟି ଥିଲେ l ସମାଜସେବୀ ବୁଲୁ ପେସାରେ ଜଣେ ପ୍ରାଥମିକ ଶିକ୍ଷକ ହୋଇଥିଲେ ବି ନିଶା ତାଙ୍କର ସମାଜ ସେବା l ପିଲାଟି ବେଳରୁ ମାନବ ସେବା ହିଁ ମାଧବ ସେବା ଏହି ମନ୍ତ୍ରରେ ଦୀକ୍ଷିତ ହୋଇ ଗରିବ ଲୋକଙ୍କ ସେବା କରିଚାଲିଛନ୍ତି l ଶସ୍ତା ଲୋକପ୍ରିୟ ଅର୍ଜନ ପାଇଁ ନୁହେଁ କି ରାଜନୈତିକ ଅଭିଶନ୍ଦୀ ରଖି କିଛି ପାଇବା ଆଶାରେ ଏହି ସବୁକାମ କରନ୍ତି ନାହିଁ l ଅସହାୟ ଦୁଃଖୀ ଙ୍କ ପାଖରେ ଅସମୟରେ ପହଞ୍ଚି ସେବା କଲେ ଆତ୍ମସନ୍ତୋଷ ମିଳେ ବୋଲି ସମାଜସେବୀ ବୁଲୁ ପ୍ରତିକ୍ରିୟା ରେ କହିଛନ୍ତି l ଗୁରୁତ୍ବପୂର୍ଣ୍ଣ କଥାହେଲା ଯେ ନିଜ ସ୍ୱଳ୍ପ ବେତନରୁ ଖର୍ଚ୍ଚ କାଟି ସମାଜସେବାରେ ଖର୍ଚ୍ଚ କରନ୍ତି l ଯୁବ ଶିକ୍ଷକ ତଥା ସମାଜସେବୀ ବୁଲୁ ମଲିକ ଙ୍କ ଏହି ମହତ କାର୍ଯ୍ୟକୁ ବିଭିନ୍ନ ମହଲ ରେ ବେଶ ପ୍ରଶଂସା କରାଯାଇଛି l

related posts

Leave a Comment