Home Breaking News / ତାଜା ଖବର ମାଲକାନଗିରି ଜିଲ୍ଲାରେ BJDର ବରିଷ୍ଠ ନେତାଙ୍କ ଘନ ଘନ ଗସ୍ତ

ମାଲକାନଗିରି ଜିଲ୍ଲାରେ BJDର ବରିଷ୍ଠ ନେତାଙ୍କ ଘନ ଘନ ଗସ୍ତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ମାଲକାନଗିରି(ସଞ୍ଜୟ ଢ଼ାଲି): ଆଜି ମାଲକାନଗିରି ଜିଲ୍ଲା ଗସ୍ତରେ ମାନ୍ୟବର ବିଧାୟକ ଯାଜପୁର ତଥା ବିଜେଡି ରାଜ୍ୟ ସାଂଗଠାନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ୍ । ଏକ ଗୁରୁତ୍ବପୂର୍ଣ୍ଣ ସମିକ୍ଷା ବୈଠକରେ ମାଲକାନଗିରି ଜିଲ୍ଲା ସଦରମହକୁମା ସଂସ୍କୃତ ଭବନ ଠାରେ ପହଞ୍ଚିଥିଲେ, ଏବଂ ଦଳୀୟ କର୍ମୀ ମାନେ ଫୁଲ ତୋଡ଼ା ଦେଇ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ ଏବଂ ସେଠାରେ ମାନ୍ୟବର ସାଂସଦ ରମେଶ ଚନ୍ଦ୍ର ମାଝୀ, ପୂର୍ବତନ ନବରଙ୍ଗପୁର ସାଂସଦ ପ୍ରଦୀପ ମାଝୀ,ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, ଆଦିବାସୀ ବିକାଶ ପରିଷଦର ଅଧ୍ୟକ୍ଷ ମାନସ ମାଡକାମି ଙ୍କ ସହିତ ଜିଲ୍ଲା ବିଜୁଜନତା ଦଳର ଅନ୍ୟାନ୍ୟ କର୍ମି ଓ ନେତା ଉପସ୍ଥିତ ରହିଥିଲେ। ତେବେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କୁ ଦୃଷ୍ଟିରେ ରଖି ଏହି ସମିକ୍ଷା ବୈଠକ ରେ ଗୁରୁତ୍ବ ପୂର୍ଣ୍ଣ ବିଷୟରେ ଆଲୋଚନା କରିଥିଲେ। ଏବଂ ପରେ ମାଲକାନଗିରି ଜିଲ୍ଲା ସଦରମହକୁମା ୩୨୬ ନମ୍ବର ଜାତୀୟ ରାଜପଥ କଡ଼ରେ ଆଦିବାସୀ ମହାସଂଘର ସଭଗୃହ ଉଦଘାଟନ ମହାସମାବେଶରେ ସମସ୍ତେ ଯୋଗ ଦେବା ସହିତ ଉଦଘାଟନ କରିଥିଲେ। ବିଜେଡି ର ରାଜ୍ୟ ସାଂଗଠାନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ନିଜ କରକମଳରେ ଏହାର ଶୁଭ ଉଦ୍ଘାଟନ କରିଥିଲେ। ଏଥି ସହିତ ସଭାଗୃହ କାର୍ଯ୍ୟ ପାଇଁ ୫୦ ଲକ୍ଷ୍ୟ ଅନୁଦାନ ରାଶି ମଧ୍ୟ ସେ ଘୋଷଣା କରିଥିଲେ। ଏହି ସମାବେଶରେ ବହୁ ପରିମାଣର ଆଦିବାସୀ ସମ୍ପ୍ରଦାୟ ର ଲୋକ ଏକାଠି ହେବାକୁ ଦେଖିବାକୁ ମିଳିଥିଲା।

related posts

Leave a Comment