Home Breaking News / ତାଜା ଖବର ଛିଡ଼ୁନି ତପସ୍ୱିନୀ ଏବଂ ସୁମିତ୍‌ ବିବାଦ, ଉପର ଘର ଫାଟକରେ ପଡ଼ିଛି ତାଲା

ଛିଡ଼ୁନି ତପସ୍ୱିନୀ ଏବଂ ସୁମିତ୍‌ ବିବାଦ, ଉପର ଘର ଫାଟକରେ ପଡ଼ିଛି ତାଲା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଛିଡ଼ୁନି ବ୍ରହ୍ମପୁରର ତପସ୍ୱିନୀ ଏବଂ ଡାକ୍ତର ସୁମିତ୍‌ଙ୍କ ବିବାଦ । ତପସ୍ବିନୀ ବାରଣ୍ଡାରେ ବସିଥିବା ବେଳେ ଉପର ଘରକୁ ଯିବା ଫାଟକରେ ପଡିଛି ତାଲା। ତାଲା କିଏ ପକାଇଛି ସେ ନେଇ ପ୍ରଶ୍ନ ଉଠିଛି । ତପସ୍ବିନୀ ଉପର ଘରକୁ ଯିବେ ନା ବାରଣ୍ଡାରେ ବସିବେ ସେନେଇ ମଧ୍ୟ ପ୍ରଶ୍ନ ଉଠିଛି । ଏପରିସ୍ଥଳେ ଘର ଭିତରକୁ ପ୍ରବେଶ କରିବାକୁ କୌଣସି କୋର୍ଟ ଆଦେଶ ନଥିବା ସୁମିତ୍ ଙ୍କ ଓକିଲ କହିଥିବା ବେଳେ ତପସ୍ବିନୀଙ୍କ ଓକିଲ ଘରେ ପ୍ରବେଶ କରିବାକୁ ଆଦେଶ ଥିବା କହିଛନ୍ତି । ଏହି ସ୍ଥିତି ଦେଖି ତପସ୍ବିନୀ ଏବେ ବିବ୍ରତ ହୋଇପଡିଥିବା ଦେଖିବାକୁ ମିଳିଛି ।

ତେବେ କହିରଖୁଛୁ ଯେ, ଡାକ୍ତର ସୁମିତ୍‌ ଏବଂ ତାଙ୍କ ସ୍ତ୍ରୀ ତପସ୍ୱିନୀଙ୍କ ବିବାଦରେ ଗତକାଲି ରାୟ ଶୁଣାଇଥିଲେ କୋର୍ଟ । ଶ୍ଵଶୁରଙ୍କ ଘରେ ତପସ୍ବିନୀ ରହିବା ନେଇ କୋର୍ଟ କହିଥିଲେ । ମାସିକ  ୧୭ ହଜାର ଟଙ୍କା ଭରଣ ପୋଷଣ ପାଇଁ ମଧ୍ୟ ଦେବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ତପସ୍ବିନୀଙ୍କୁ ଭଡା ଘରେ ରଖିବା ଏବଂ ସମସ୍ତ ଦାୟିତ୍ୱ ବହନ କରିବା ନିମନ୍ତେ  ୨ ଏବଂ  ୯ ତାରିଖରେ ଏସଡିଜେଏମ୍ କୋର୍ଟ ଦେଇଥିବା ଆଦେଶକୁ ଚ୍ଯାଲେଞ୍ କରି ଜିଲ୍ଲା କୋର୍ଟରେ ଅପିଲ୍ କରିଥିଲେ ସୁମିତଙ୍କ ଓକିଲ ।

ସେପଟେ ତପସ୍ବିନୀଙ୍କୁ ଚଳିବା ଏବଂ ଭରଣ ପୋଷଣ ପାଇଁ ୫୦ ହଜାର ଟଙ୍କା ପ୍ରଦାନ ପାଇଁ ଏସଡିଜେଏମ୍ କୋର୍ଟରେ କରାଯାଇଥିବା ଖାରଜ ଆଦେଶକୁ ଚ୍ଯାଲେଞ୍ କରି ଜିଲ୍ଲା କୋର୍ଟରେ ଅପିଲ୍ କରିଥିଲେ ତପସ୍ବିନୀଙ୍କ ଓକିଲ । ଉଭୟ ଘଟଣାରେ ଉଭୟ ପକ୍ଷର ଓକିଲ ଗତ ୨୭ ତାରିଖରେ ଜିଲ୍ଲା କୋର୍ଟରେ ପକ୍ଷ ରଖିଥିବା ବେଳେ ଜିଲ୍ଲା କୋର୍ଟ ଗତକାଲି ରାୟ ଦେଇଛନ୍ତି। ତପସ୍ୱିନୀ ତାଙ୍କ ସ୍ୱାମୀ ସୁମିତଙ୍କ ବ୍ରହ୍ମାନଗରସ୍ଥିତ ଘରେ ରହିବେ ଏବଂ ମାସିକ ୧୭ ହଜାର ଟଙ୍କା ସ୍ୱାମୀ ସୁମିତ ଦେବେ । ଏନେଇ ତାଙ୍କ ଓକିଲ ପ୍ରଦୀପ ବେହେରା ଗତକାଲି ସୂଚନ। ଦେଇଥିଲେ । ଅନ୍ୟପଟେ ସେ ଘରର କେଉଁ ରୁମ୍‌ରେ ରହିବେ ସେନେଇ ମଧ୍ୟ ମିଳିତ ଭାବେ ଆଲୋଚନା ପରେ ସେ ଘରର ଉପର ରୁମ୍‌ରେ ରହିବା ନେଇ ନିଷ୍ପତ୍ତି ହୋଇଥିଲା ।

related posts

Leave a Comment