Home Breaking News / ତାଜା ଖବର ସମାଜ ସେବୀ ଚଣ୍ଡାଳ ଖରା ଜଗନାଥ ସଂସ୍କୃତି ଦ୍ୱାରା ସମ୍ବର୍ଦ୍ଧିତ

ସମାଜ ସେବୀ ଚଣ୍ଡାଳ ଖରା ଜଗନାଥ ସଂସ୍କୃତି ଦ୍ୱାରା ସମ୍ବର୍ଦ୍ଧିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କୋରାପୁଟ-୦୬/୦୧-(ଧନେଶ୍ବର ରାଉତ)-ଅବିଭକ୍ତ କୋରାପୁଟ ଜିଲ୍ଲାର ପ୍ରାଣ କେନ୍ଦ୍ର କୋରାପୁଟ ସହର ଏକ ମନ୍ଦିର ମାଳିନୀ ଓ ସାଂସ୍କୃତିକ ସହର ଭାବେ ନିଜକୁ ପୁରାଣ କାଳରୁ ପ୍ରତିପାଦିତ କରି ଆସିଛି। ଅବିଭକ୍ତ କୋରାପୁଟ ଜିଲ୍ଲାର ଓ ପୁରାଣ ଜଗତରେ ଏକଦା ଦଂଡାକରଣ୍ୟ ଭାବେ ପରିଚିତ କୋରାପୁଟ ରେ ସମାଜ ସେବୀଙ୍କ ଓ ମାଟି ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ମହା ବୀରଙ୍କ କମି ନାହିଁ ଏହାର ଇତିହାସ ସମସ୍ତଙ୍କୁ ଜଣା ସେବିଷୟରେ ଲେଖି ପୃଷ୍ଠାକୁ ବଢାଇବାକୁ ଚାଂହୁ ନାହିଁ। ଏମିତି ଏକ ଅସାଧାରଣ ବ୍ୟକ୍ତିତ୍ୱର ଅଧିକାରୀ ଅଟନ୍ତି ଚଣ୍ଡାଳ ଖରା।ସେ ଜଣେ ବ୍ୟାଙ୍କ କର୍ମଚାରୀ ଭାବେ କାର୍ଯ୍ୟ ରତ ଅଟନ୍ତି। ତାଙ୍କ କାମରେ ତଳ ଓ ଉପରିସ୍ଥ କର୍ମଚାରୀ ଅତି ପ୍ରସନ ଅଟନ୍ତି, କର୍ମହିଁ ଭଗବାନ ନାମରେ ନିଜ କାମ ରେ ଲାଗି ପଡନ୍ତି। ସେଥିରୁ ଟିକେ ସମୟ ବାହାର କରି ସମାଜ ସେବାରେ ମନ ଲଗାଇଥାନ୍ତି ଅନ୍ନ ଦାନ, ବସ୍ତ୍ର ଦାନ, ଅଧ୍ୟତ୍ମିକ ,ନାମ ସଂକୀର୍ତ୍ତନ ଆଦି ମାଙ୍ଗଳିକ କର୍ମ ମାନଙ୍କରେ ତାଙ୍କର ଅଧିକ ରୁଚି ତତ୍ ସଂଗେ ସଂଗେ ଆର୍ଥିକ ଓ ଶ୍ରମ ଦାନ କରିବାରେ ପଛାନ୍ତି ନାହିଁ।ତେଣୁ ତାଙ୍କ ସେବାରେ ଅନୁପ୍ରାଣିତ ହୋଇ ସବରଶ୍ରୀକ୍ଷେତ୍ର କୋରାପୁଟ ମନ୍ଦିରରେ ଶ୍ରୀ ଖରାଙ୍କୁ ସଵରୀ ନାରାୟଣ ମନ୍ଦିର ବିଲା ପୁଟ ର ସଂପାଦକ ଲଳିତମୋହନ ପଟନାୟକଙ୍କ ତରଫରୁ ଜଗନାଥଙ୍କ ଅଙ୍ଗ ବସ୍ତ୍ର ଦେଇ ସଂମାନିତ କରାଯାଇଛି। ସଂମାନିତ ସମୟରେ ତାଙ୍କ ପରିବାର ସଦସ୍ୟ ଓ ମନ୍ଦିର ର ସେବାକରି କାର୍ଯ୍ୟକର୍ତା ମାନେ ଉପସ୍ଥିତ ଥିଲେ।

related posts

Leave a Comment