Home Breaking News / ତାଜା ଖବର ଚକାପାଦ ବ୍କକର ବିଭିନ୍ନ ସ୍କାର୍ଟ ସ୍କୁଲ ପରିଦର୍ଶନ କଲେ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ

ଚକାପାଦ ବ୍କକର ବିଭିନ୍ନ ସ୍କାର୍ଟ ସ୍କୁଲ ପରିଦର୍ଶନ କଲେ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ-୬/୧(ସୁନୀଲପଟନାୟକ)
ଗୁରୁବାର କନ୍ଧମାଳ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ୍ନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ବିଶ୍ଵରଂଜନ ନାଏକ ଚକାପାଦ ବ୍ଳକର ବିଭିନ୍ନ ସ୍ମାର୍ଟ ହାଇସ୍କୁଲ କାର୍ଯ୍ୟ ବୁଲି ଦେଖିଥିଲେ । ପ୍ରକଳ୍ପ ନିର୍ଦ୍ଦେଶକ ବିଶ୍ଵରଂଜନ ନା ଏକ ଏଲ. ବପଲମେଣ୍ଡି,. କୁସୁ ମେଣ୍ଡି,ଓ ଶଙ୍କରାଖୋଲ ହାଇସ୍କୁଲ ଆଦି ଯାଇ
ସ୍ମାର୍ଟ ସ୍କୁଲ କାର୍ଯ୍ୟ ବୁଲି ଦେଖିବା ସହ କାର୍ଯ୍ୟରମାନ ପରଖିଥିଲେ । ସମସ୍ତକାର୍ଯ୍ୟ ଯେପରି ମାର୍ଚ୍ଚମାସ ୫ ତାରିଖ ପୂର୍ବରୁ ସରିବ ସେ ନେଇ ଦୃଷ୍ଟିଦେବା ଲାଗି ବିଡିଓ ଓ ଯନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଥଲେ । ନିର୍ମାଣ କାର୍ଯ୍ୟ ଉନ୍ନତମାନର ହେଉଥିବା ଓ ଦୃତ ଗତିରେ ଚାଲିଥିବା ଦେଖି ଖୁସି ବ୍ୟକ୍ତ କରିଥିଲେ ପ୍ରକଳ୍ପ ନିର୍ଦ୍ଦେଶକ ନାଏକ, I
ସୂଚନାଯୋଗ୍ୟଯେ ଦ୍ୱିତୀୟ ପ୍ରର୍ଯ୍ୟାୟରେ ଚକାପାଦ ବ୍ଲକ୍ ରେ ୭ଟି ହାଇସ୍କୁଲ କୁ ରୁପାନ୍ତରୀକରଣ କରାଯାଉଥିବାବେଳେ ଜିଲ୍ଲାରେ ୭୩ଟି ହାଇସ୍କୁଲ କୁ ଅନ୍ତର୍ଭୁକ୍ତ କରାଯାଇଛି ।
ଅନ୍ୟମାନଙ୍କ ମଧ୍ୟରେ ବିଡିଓ ଅନୀଲ ପଟ୍ଟନାୟକ, ସହକାରୀ ଯନ୍ତ୍ରୀ ଇଂ ପଞ୍ଚୁବେହେରା ଯନ୍ତ୍ରୀ ଇଂ.ସନ୍ତୋଷ ସେଠୀ, ଇଂ ପି.କେ.ପତିଙ୍କ ସମେତ ଅନ୍ୟ ସମସ୍ତ ଯନ୍ତ୍ରୀ ଉପସ୍ଥିତ ଥିଲେ । ଚକାପାଦବିଡିଓ ଅନୀଲପଟନାୟକଙ୍କ ନିଷ୍ଠାପର ଉଦ୍ୟମ, ଆନ୍ତରିକତା , ଓ ଜ୍ଞାନକୌଶଳ ଯୋଗୁଁ ସ୍କାର୍ଟ ସ୍କୁଲ ନିର୍ମାଣକାର୍ଯ୍ୟ ଉଚ୍ଚ ମାନର ହେବା ସହ ଦୃତ ଗତିରେ ଆଗେଇଥିବା ଦେଖିବାକୁ ମିଳିଛି। ସେହିପରି ବ୍ଳକ ଅନ୍ତର୍ଗତ ପଞ୍ଚାୟତ ଗୁଡିକରେ ରାସ୍ତା ନିର୍ମାଣ କରାଯାଇ ଗମନାଗମନର ସୁବ୍ୟବସ୍ଥା କରିବା ସହ ପାନୀୟ ଜଳ ବ୍ୟବସ୍ଥା, ଗରିବ ଲୋକମାନଙ୍କୁ ଆବାସ ଯୋଜନାରେ ଘର ମଧ୍ୟଯୋଗାଇ
ଦେବାରେ ଗୁରୁତ୍ଵପୂର୍ଣ୍ଣ ଭୂମୀ କା ଗ୍ରହଣ କରିଛନ୍ତି ବିଡିଓ ଅନୀଲ ପଟ୍ଟନାୟକ। ଫଳରେ ଗ୍ରାମବାସୀବିଡିଓଙ୍କୁ ଭୁରୀ ଭୁରୀ ପ୍ରସଂସା କରିଛନ୍ତି

related posts

Leave a Comment