Home Breaking News / ତାଜା ଖବର ପଛୁଆ ବର୍ଗଙ୍କୁ ସଂରକ୍ଷଣ ଉଛେଦକୁ ବିରୋଧରେ ଜିଲ୍ଲାପାଳ ଅଫିସ ଘେରାଉ

ପଛୁଆ ବର୍ଗଙ୍କୁ ସଂରକ୍ଷଣ ଉଛେଦକୁ ବିରୋଧରେ ଜିଲ୍ଲାପାଳ ଅଫିସ ଘେରାଉ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ-୦୬/୦୧-(ଧନେଶ୍ବର ରାଉତ)-ରାଜ୍ୟ ଭାରତୀୟ ଜନତା ପାର୍ଟି ନିର୍ଦେଶ କ୍ରମେ ଆଜି ରାଜ୍ୟ ସରକାର ଙ୍କ ଓବିସି ସଂରକ୍ଷଣ ନିତି କୁ ବିରୋଧ କରି ଭାରତୀୟ ଜନତା ପାର୍ଟି ତରଫରୁ ରାୟଗଡ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଓ କରାଗଲା.। ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ପଛୁଆ ବର୍ଗଙ୍କୁ ସଂରକ୍ଷଣ ନ ଦେଇ ରାଜ୍ୟ ସରକାର ଏହି ବର୍ଗଙ୍କୁ ପ୍ରତାରଣା କରିଛନ୍ତି । ତେଣୁ ଏହି ନିଷ୍ପତିକୁ ପ୍ରତ୍ୟାହାର କରି ପୁନଃ ଲାଗୁ କରି ନିର୍ବାଚନରେ ଭାଗନେବାକୁ ସୁଯୋଗ ଦେବାକୁ ଦାବି କରିଛନ୍ତି ।ଯେତେ ଅଣ ଆଦିବାସୀ ଏହି ଜିଲ୍ଲାରେ ଅଛନ୍ତି ସେମାନଙ୍କ ଭିତରୁ ଅଧୁକତର ପଛୁଆ ବର୍ଗର ଅଟନ୍ତି। ଏକ ବିଶେଷ ଗୁରୁତ୍ୱ ପୂର୍ଣ ବିଷୟ ଏହିକିଯେ ସଂରକ୍ଷଣ ସଠିକ ସର୍ବେକ୍ଷଣ ନ ହୋଇଥିବାରୁ ଅନେକ ପରିବାର ବିଭିନ୍ନ ପ୍ରକାର ସରକାରୀ ସୁବିଧାରୁ ବଞ୍ଚିତ ହେଉଥିବା ଦେଖିବାକୁ ମିଳୁଛି। ଏହି କାର୍ଯ୍ୟକ୍ରମ ରେ ଓବିସି ମୋର୍ଚ୍ଚା ରାଜ୍ୟ ଉପସଭାପତି ରାମ ଚନ୍ଦ୍ର ବେହେରା, ବିଧାୟକ ପାର୍ଥି ବସନ୍ତ କୁମାର ଉଲ୍ଲାକା, ଜିଲ୍ଲା ସାଧାରଣ ସମ୍ପାଦକ କିଶୋର ଚନ୍ଦ୍ର ପଣ୍ଡା, ନଗର ସଭାପତି ବିଦ୍ୟା ଭୂଷଣ ପଣ୍ଡା, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଶ୍ୟାମ କୁମାର ଦାଶ, ଜିଲ୍ଲା ମହିଳା ମୋର୍ଚ୍ଚା ସଭା ନେତ୍ରୀ ରଞ୍ଜନା ଉପାଧ୍ୟାୟ,ଜିଲ୍ଲା ଓବିସି ମୋର୍ଚ୍ଚା ସାଧାରଣ ସମ୍ପାଦକ ରାଜେନ୍ଦ୍ର ଚୌଧୁରୀ,ନଗର ଓବିସି ମୋର୍ଚ୍ଚା ସଭାପତି ପାଟନନା କ୍ରିଷ୍ଣା, ପୂର୍ବତନ ସଭାପତି ବରିଷ୍ଠ ନେତା ରଜତ ମାଦଳା, ସୁମନ୍ତ ମହାରଣା, ଜିଲ୍ଲା ଉପସଭାନେତ୍ରୀ ଅର୍ଚନା ବର୍ମା, ଗଙ୍ଗାଧର, sc ମୋର୍ଚ୍ଚା ସାଧାରଣ ସମ୍ପାଦକ ଟି ନାଗରାଜୂ, ମହିଳା ମୋର୍ଚ୍ଚା ସଭାନେତ୍ରୀ ବି. ଲଷ୍ମୀ, ଯୁବ ମୋର୍ଚ୍ଚା ସଭାପତି ରାଜେଶ ପାଣିଗ୍ରାହୀ, ସାଧାରଣ ସମ୍ପାଦକ ସୁଶାନ୍ତ ମିଶ୍ର, ମଞ୍ଜୁଳା ମିନିଆକା, ଝରଣା ମହାନ୍ତି, ଶିବା ଭାସ୍କର,ସନ୍ତୋଷ ହିକକା, ପୋଲିରାଜୁ, ଗୋପାଳ ପାଢ଼ୀ, ପେଦିନା ମୁରଲୀ,ସନ୍ତୋଷ ସାହୁ, ନଗର ସାଧାରଣ ସମ୍ପାଦକ ପ୍ରଶାନ୍ତ ପଟ୍ଟନାୟକ, ନଗର ଓବିସି ମୋର୍ଚ୍ଚା ର ସି ଏଚ. ବିଜୟ ମୋହନ, କୋଣଡ଼ା ରମେଶ, ଗୁଡଲା ସୁବାସ, କେ. ସାଇ, ପ୍ରସନ୍ନ କୁମାର, ବି. ଗୋପାଳ, ଜିଲ୍ଲା ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ଅଜୟ କୁମାର ଚୂଲେଟ ଉପସ୍ଥିତ ଥିଲେ।

related posts

Leave a Comment