Home Breaking News / ତାଜା ଖବର ଅନିର୍ଦ୍ଧିଷ୍ଟ କାଳ ପାଇଁ ମାର୍କେଟ୍‌ ବିଲ୍ଡିଂ ବନ୍ଦ

ଅନିର୍ଦ୍ଧିଷ୍ଟ କାଳ ପାଇଁ ମାର୍କେଟ୍‌ ବିଲ୍ଡିଂ ବନ୍ଦ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଭୁବନେଶ୍ବର, ୦୬।୦୧: ଭୁବେଶ୍ବର ମାର୍କେଟ ବିଲଡିଂକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରଖିଲା ବ୍ୟବସାୟୀ ସଂଘ । ୟୁନିଟ-୨ ମାର୍କେଟ ବିଲଡିଂ ବ୍ୟବସାୟୀ ସଂଘ ସଭାପତି ପ୍ରଦ୍ୟୁମ୍ନ କୁମାର ଜେନା ଏ ନେଇ ସୂଚନା ଦେଇଛନ୍ତି। ବିଏମସି ଓ ମାର୍କେଟ ବିଲଡିଂ ବ୍ୟବସାୟୀ ସଂଘ ମାନଙ୍କୁ ନେଇ ବସିଥିବା ବୈଠକରେ କୌଣସି ସମାଧାନ ବାହାରି ପାରିନାହିଁ ବୋଲି ସେ କହିଛନ୍ତି। ଉଠା ଦୋକାନୀ ଉଚ୍ଛେଦ ନ ହେବା ପର୍ଯ୍ୟନ୍ତ ମାର୍କେଟ ବିଲଡିଂ ଖୋଲା ଯିବନି ବୋଲି ସଂଘ ଦାବି କରିଛି । ଏଥିସହ ଶୁକ୍ରବାର ବିଏମସି ଘେରାଉ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ଜଣେ ଉଠାଦୋକାନୀ ମାର୍କେଟ ବିଲଡିଂରେ ଥିବା ଜଣେ ଦୋକାନୀଙ୍କୁ ଧମକ ଚମକ ଦେଇଥିଲେ । ଏହାକୁ ନେଇ ମାର୍କେଟ ବିଲଡିଂ ପରିସରରେ ଉତ୍ତେଜନା ଦେଖା ଦେଇଥିଲା। ପ୍ରତିବାଦରେ ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ ପକ୍ଷରୁ ମାର୍କେଟ ବିଲଡିଂରେ ଥିବା ସମସ୍ତ ଦୋକାନ ବଜାର ବନ୍ଦ କରାଯାଇଥିଲା। 

related posts

Leave a Comment