Home Breaking News / ତାଜା ଖବର ମାହାଙ୍ଗା ନୃର୍ତ୍ତାଙ୍ଗ ଡବଲ ମର୍ଡର ଘଟଣାର ମୃତକ ବିଜେପି ନେତା କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କ ପ୍ରଥମ ବାର୍ଷିକ

ମାହାଙ୍ଗା ନୃର୍ତ୍ତାଙ୍ଗ ଡବଲ ମର୍ଡର ଘଟଣାର ମୃତକ ବିଜେପି ନେତା କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କ ପ୍ରଥମ ବାର୍ଷିକ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବହୁ ଚର୍ଚ୍ଚିତ କଟକ ଜିଲ୍ଲା ମାହାଙ୍ଗା ନୃର୍ତ୍ତାଙ୍ଗ ଡବଲ ମର୍ଡର ଘଟଣାର ମୃତକ ବିଜେପି ନେତା କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କ ପ୍ରଥମ ବାର୍ଷିକ ସ୍ମୃତି ଉତ୍ସବରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭରଚୁଆଲ ମାଧ୍ୟମରେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ନୃର୍ତ୍ତାଙ୍ଗ ଗାଁରେ  ଶ୍ରଦ୍ଧାଞ୍ଜଳି ଜଣାଇବାକୁ ରାଜ୍ୟ ବିଜେପି ର ଟିମ ଯାଇଁ ପହଞ୍ଚିଥିଲା । ସହ କୁଳମଣି ବରାଳ ଙ୍କ ପୃଣ୍ଣବାୟାବ ପ୍ରତିମୃତ୍ତି କୁ ଉନ୍ମଚନ କରାଯାଇଥିଲା ।। ଏହି କାର୍ଯ୍ୟକ୍ରମ ରେ ରାଜ୍ୟ  ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ମୁଖପାତ୍ର ଗୋଲଖ ମହାପାତ୍ର, କଟକ ଜିଲ୍ଲା ସଭାପତି ପ୍ରକାଶ ବେହେରା, ମାହାଙ୍ଗା ବିଜେପି ନେତା ଶାରଦା ପ୍ରଧାନ ଓ ରାଜ୍ୟ ମହିଳା ସ୍ୱଭାନେତ୍ରୀ ପ୍ରଭାତୀ ପରିଡା ପ୍ରମୁଖ ଯୋଗଦେଇଥିଲେ। ପ୍ରଥମେ ନୃତାଙ୍ଗ ଗାଁ ଆରମ୍ଭରେ  କୂଳମଣୀଙ୍କର ପୂର୍ଣାଵୟବ ପ୍ରତିମୂର୍ତ୍ତି ଉନ୍ମୋଚନ ହୋଇଥଲା। ପରେ ପରେ କୁଳମଣି ସ୍ମୃତି ସଂସଦ ପକ୍ଷରୁ ଆୟୋଜିତ ଏକ ସ୍ମୃତି ସଭାରେ ଅତିଥିମାନେ ଯୋଗଦେଇ ଏବେବି କୁଳମଣି ଓ ଦିବ୍ୟସିଂହ ବରାଳ ଙ୍କ ପରିବାର କୁ ନ୍ୟାୟ ମିଳିନି ଲଢେଇ ଜାରି ରହିଛି ଓ ରହିବ ବୋଲି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଥିଲେ। ଏହି ଅବସରରେ  ସଂସଦ ପକ୍ଷରୁ ସ୍ମୃତି ସ୍ମରଣୀକା ଉନ୍ମୋଚନ ହୋଇଥଲା ଏବଂ କୃତି ଛାତ୍ର ଛାତ୍ରୀ ମାନଙ୍କୁ କୁଳମଣି ବରାଳ ମେଧାବୃର୍ତ୍ତି ପ୍ରଦାନ କରାଯାଇଥିଲା ।

related posts

Leave a Comment