Home Breaking News / ତାଜା ଖବର କନ୍ଧମାଳ ଜ଼ିଲ୍ଲାର ସବୁ ଅଂଚଳରେ ମିଳିବ ବି ଏସଏନଏଲ 4ଜି ନେଟୱର୍କ ସେବା

କନ୍ଧମାଳ ଜ଼ିଲ୍ଲାର ସବୁ ଅଂଚଳରେ ମିଳିବ ବି ଏସଏନଏଲ 4ଜି ନେଟୱର୍କ ସେବା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ -6/1(ସୁନୀଲ ପଟନାୟକ )

ଏଣିକି କନ୍ଧମାଳ ଜିଲ୍ଲାର ଉପାନ୍ତ ଅଂଚଳର 1094ଟି ଗ୍ରାମର ଲୋକେ ପାଇବେ ବିଏସଏନଏଲ 4ଜି ସେବା l
ଏ ନେଇ ଭିଡିଓ କନଫରେନ୍ସ ମାଧ୍ୟମରେ କେନ୍ଦ୍ର ସୂଚନା ପ୍ରଯୁକ୍ତି ଓ ରେଳବାଇ ମନ୍ତ୍ରୀ ଅଶ୍ୱନି ବୈଷ୍ଣବ ଏହି ଘୋଷଣା କରିଥିଲେ। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏହି କାର୍ଯ୍ୟକ୍ରମରେ ଦିଲ୍ଲୀ ରୁ ଯୋଡି ହୋଇଥିଲେ। କନ୍ଧମାଳ ଜିଲାର 1094ଟି ଉପାନ୍ତ ଗ୍ରାମରେ ଆଗାମୀ 6 ମାସ ଠାରୁ ଏକ ବର୍ଷ ମଧ୍ୟରେ ବିଏସ ଏନ ଏଲ ଟାୱାର ବସାଯାଇ ନେଟୱର୍କ ସେବା ଯୋଗାଇ ଦି ଆଯିବା ବୋଲି ବିଏସ ଏନ ଏଲ ଏଜିଏମ ଶିବ ପ୍ରସାଦ ସାମନ୍ତରାୟ କହିଛନ୍ତି। ଏହା ଦ୍ୱାରା ଉପାନ୍ତ ଅଂଚଳର ଲୋକମାନେ ବିଏସ ଏନ ଏଲ ସେବା ପାଇବା ସହିତ ଅନ ଲାଇନ ପାଠ ପଢା ହେଉ କି ଆମ୍ବୁଲାନ୍ସ କୁ ଫୋନ କରିବା ଭଳି ସୁବିଧା ପାଇପାରିବେ। ଏନେଇ ଆଜି ଫୁଲବାଣୀ ବିଏସ ଏନ ଏଲ ଅଜିସରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲା ବିଜେପି ଜିଲା ସଭାପତି ଜଗନ୍ନାଥ ସାହୁ ସମେତ ବହୁ ବିଜେପି ନେତା ଉପସ୍ଥିତ ରହିଥିଲେ।

related posts

Leave a Comment