Home Breaking News / ତାଜା ଖବର ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଦ୍ୱାରା କାଶୀପୁର ବ୍ଲକର ତିନୋଟି ରାସ୍ତାର ଭିତ୍ତି ପ୍ରସ୍ତର ସ୍ଥାପନ

ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଦ୍ୱାରା କାଶୀପୁର ବ୍ଲକର ତିନୋଟି ରାସ୍ତାର ଭିତ୍ତି ପ୍ରସ୍ତର ସ୍ଥାପନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡା -୦୬/୦୧-(ଧନେଶ୍ବର ରାଉତ)-
ରାୟଗଡା ଜିଲା କାଶିପୁର ଆଜି ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରି ଜଗନ୍ନାଥ ସାରକା ଙ୍କ ଦ୍ୱାରା କାଶୀପୁର ବ୍ଲକ ର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି,। ପ୍ରଥମେ ସୁଙ୍ଗେର ପଞ୍ଚାୟତ ଅଧିନସ୍ତ ବନତେଜି ଗ୍ରାମର ଆର ଡି ରାସ୍ତା ଠାରୁ ଆଲିଗୁଣା ଭାୟା ବନତେଜି ରାସ୍ତା, କୋଡ଼ିପାରି ପଞ୍ଚାୟତ ଯୋଗୀପାରି ତୁଣ୍ଡା ଗ୍ରାମର ପଞ୍ଚାୟତ ସମିତି ରାସ୍ତା ଠାରୁ ବର୍ଯା ଖାଲ ରାସ୍ତା ଓ ହାଡ଼ିଗୁଡା ପଞ୍ଚାୟତ ସ୍ଥିତ ପଞ୍ଚାୟତ ସମିତି ରାସ୍ତା ଠାରୁ କାହ୍ନୁ ଗୁଡା ରାସ୍ତା ର ଉନ୍ନତି ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି | ଉକ୍ତ କାର୍ଯ୍ୟକ୍ରମ ରେ ସ୍ଥାନୀୟ ରାୟଗଡା ବିଧାୟକ ମକରନ୍ଦ ମୁଦୁଲି, ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଜଗଦୀଶ ପାତ୍ର, ଜିଲ୍ଲାପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁଆଲା, କୃଷ୍ଣ ମହାପାତ୍ର, ବିନୋଦ ନାଏକ, ରତ୍ନବାଳା ପରିଛା, , ହର ପ୍ରସାଦ ନାଏକ, ଡମ୍ବରୁ ମାଝୀ, ସାରଦା ନାଏକ, ରତି ନାଏକ ଙ୍କ ସହ ବିଜୁ ଜନତା ଦଳର ବହୁ କର୍ମୀ ଉପସ୍ଥିତ ଥିଲେ।

related posts

Leave a Comment