Home Breaking News / ତାଜା ଖବର ଦୁଇଟି ଡୋଜ ନେଇଥି‌ଲେ ବି ଭୁବନେଶ୍ୱର ବିମାନବନ୍ଦରରେ ହେବ ଆରଟିପିସିଆର ଟେଷ୍ଟ, କାଲିଠୁ ଲାଗୁ ହେବ ନିୟମ

ଦୁଇଟି ଡୋଜ ନେଇଥି‌ଲେ ବି ଭୁବନେଶ୍ୱର ବିମାନବନ୍ଦରରେ ହେବ ଆରଟିପିସିଆର ଟେଷ୍ଟ, କାଲିଠୁ ଲାଗୁ ହେବ ନିୟମ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଭୁବନେଶ୍ୱର:  ଭୁବନେଶ୍ୱର ବିମାନବନ୍ଦରରେ ସମସ୍ତ ଯାତ୍ରୀଙ୍କ ହେବ ଆରଟିପିସିଆର ଟେଷ୍ଟ । ସଂକ୍ରମଣ ବଢ଼ୁଥିବାରୁ ସମସ୍ତ ଯାତ୍ରୀଙ୍କ ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ କଲା ବିଏମସି । ଡବଲ ଡୋଜ ଟିକା ନେଇଥିଲେ ବି ଯାତ୍ରୀଙ୍କର ଆରଟିପିସିଆର ଟେଷ୍ଟ କରାଯିବ । ଯଦି ପୂର୍ବରୁ କରାଯାଇଥିବା ଆରଟିପିସିଆର ରିପୋର୍ଟ ନେଗେଟିଭ ଥାଏ ତଥାପି ମଧ୍ୟ ବିମାନବନ୍ଦରରେ ସମସ୍ତ ଯାତ୍ରୀଙ୍କ ହେବ ଆରଟିପିସିଆର ଟେଷ୍ଟ କରାଯିବ ବୋଲି କହିଛି ବିଏମସି । ଟେଷ୍ଟ ରିପୋର୍ଟ ନଆସିବା ଯାଏଁ ଯାତ୍ରୀମାାନେ ସଙ୍ଗରୋଧରେ ରହିବେ । ଆସନ୍ତାକାଲିଠାରୁ ଏହି ନିୟମ ଲାଗୁ ହେବ ।

ରାଜ୍ୟରେ କରୋନା ନୂଆ ଭାରିଆଣ୍ଟ ଓମିକ୍ରନର ସଂକ୍ରମଣ ବଢ଼ିବାକୁ ଏହି ନିୟମ ଜାରି କରିଛି ବିଏମସି । ରାଜ୍ୟରେ ପୁଣି କରୋନା ବ୍ୟାପିବାରେ ଲାଗିଛି, ଯାହାକୁ ନେଇ ସରକାର ପୁଣି କଟକଣା ଜାରି କରିଛନ୍ତି । ଏହାସହ ଲୋକମାନଙ୍କୁ ମଧ୍ୟ ସତର୍କ ରହିବାକୁ ସରକାର ପରାମର୍ଶ ଦେଇଛନ୍ତି ।

related posts

Leave a Comment