Home Breaking News / ତାଜା ଖବର ଏକଲବ୍ୟ ଆବାସିକ ବିଦ୍ୟାଳୟର ସ୍ଥାନତାରିତ ପାଇଁ କେଦ୍ରମନ୍ତ୍ରୀଙ୍କୁ ଭେଟିଲେ ସାତ ଖଣ୍ଡ ଗ୍ରାମବାସୀ

ଏକଲବ୍ୟ ଆବାସିକ ବିଦ୍ୟାଳୟର ସ୍ଥାନତାରିତ ପାଇଁ କେଦ୍ରମନ୍ତ୍ରୀଙ୍କୁ ଭେଟିଲେ ସାତ ଖଣ୍ଡ ଗ୍ରାମବାସୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ-୦୬/୦୧-(ଧନେଶ୍ବର ରାଉତ)- ରାୟଗଡ ଜିଲା କଲ୍ୟାଣସିଙ୍ଘପୁର ବ୍ଲକ ରେ ଏକ ଲବ୍ୟ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା ନେଇ ନଭେମ୍ବର ମାସରେ ମାନନୀୟ ପ୍ରଧାନମନ୍ତ୍ରୀ ଙ୍କ ଦ୍ଵାରା ଭର୍ଛୁଆଲ ମାଧ୍ୟମରେ ବ୍ଲକ କାର୍ଯ୍ୟାଳୟ ଠାରେ ଉଦ୍ଘାଟନ ହୋଇଥିଲା। ଏହି ପ୍ରସ୍ତାବିତ ପ୍ରକଳ୍ପ ଟି ସୁନଖଣ୍ଡି ଅଞ୍ଚଳର ପ୍ରଧାନୀ ଗୁଡା ଅଂଚଳରେ ନିର୍ମାଣ କରାଯିବ ବୋଲି ପ୍ରସ୍ତାବ ଦିଆଯାଇଛି। କିନ୍ତୁ ଏହି ଅଂଚଳର ସୁନଖଣ୍ଡି ଗ୍ରାମ ପଞ୍ଚାୟତ ର ପ୍ରଭାବିତ ଗ୍ରାମବାସୀମାନେ ଏହାର ବିରୋଧ କରି ଆନ୍ଦୋଳନ ଧମକ ଦେଇଛନ୍ତି। ପ୍ରଭାବିତ ଗ୍ରାମ ଗୁଡିକ ମଧ୍ୟରେ ମାନେ ଏକ ମେଳି ହୋଇ ଏକ ପ୍ରତିବାଦ ସଭା କରି ସେମାନଙ୍କ ବିରୋଧ ବହୁଜନ ସମାଜବାଦୀ ପାର୍ଟି ଜରିଆରେ ଜଣାଇ ସାରିଛନ୍ତି । ସେମାନଙ୍କ ଅଭିଯୋଗ ଏହିକିଯେ କିଛି ଅସାଧୁ ଠିକାଦାର ଏ ଅଂଚଳରେ କରାଗଲେ ଜାଲିଆତି ଓ ନିର୍ମାଣ କାମରେ ଠକି ନିଜେ ଆତ୍ମସାତ କରିହେବ ବୋଲି ଯୋଜନା କରିଛନ୍ତି । ତତ୍ ସଂଗେ ସଂଗେ ଏ ଅଂଚଳ ଏକ ଆଦିବାସୀ ଓ ଭୂମି ହୀନ ଅଂଚଳ ବାସୀଙ୍କ ବାସ ଭୂମି ଅଟେ। ତେଣୁ ଚାଷ ଜମି ନଥିବା ଲୋକ ବିସ୍ଥାପିତ ହେଲେ ତାଙ୍କ ଜୀବନ ଜୀବିକା ପ୍ରଭାବିତ ହେବ ତେଣୁ ଏହି ଅଂଚଳରେ ନ କରିବାକୁ ଦାବୀ ହେଉଛି। ତେଣୁ ସିକର ପାଇ ସେରିଗୁମା ବୁଡ଼ାଗୁଡା କରପା ଭଳି ସାତଟି ପଞ୍ଚାୟତ ର ଏକ ପ୍ରତିନିଧି ଦଳ କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କୁ ଭେଟି ଏହାର ସ୍ଥାନାନ୍ତର କରିବାକୁ ଏକ ଦାବୀ ପତ୍ର ନେଇ ସନ୍ତୋଷ ଦାସ,ଟି ହରି, ମନୋଜ ସେଠି, ପୂର୍ଣ ଚନ୍ଦ୍ର ପଟେଲ, ଲକୀ କଞ୍ଜକା, ମହେଶ୍ୱର ରାଉତ, ପ୍ରମିଳା ନାୟକ, ଓ ଅନ୍ୟ ଗ୍ରାମବାସୀ ଭେଟି ପ୍ରଦାନ କରିଥିଲେ । କେନ୍ଦ୍ର ମନ୍ତ୍ରୀ ଶ୍ରୀ ଟୁଡୁ ପ୍ରତିଶୃତି ଦେଇଥିଲେ କି ଯଦି ଲୋକଙ୍କ ଅସୁବିଧା ହେଉଛି ତାହେଲେ ଲୋକ ଚାହିଁବା ଜାଗାରେ ଜରିବାକୁ ସରକାରଙ୍କୁ ଜଣାଇବି ବୋଲି ପ୍ରତିଶ୍ରୁତି ଦେଇଥିଲେ। ଦେବା ସମୟରେ ଭାରତୀୟ ଜନତା ପାର୍ଟିର ଜିଲ୍ଲା ସଭାପତି ଶିବ ପଟନାୟକ, ଜିଲ୍ଲା ପରିଷଦ ସଭ୍ୟ ରାମ ବେହେରା ଉପସ୍ଥିତ ରହି ଏହା ଯେପର କାର୍ଯ୍ୟକାରୀ ହେବ ସେଠି ପ୍ରତି ଦୃଷ୍ଟି ଦେବା ପାଇଁ କହିଛନ୍ତି।

related posts

Leave a Comment