Home Breaking News / ତାଜା ଖବର ଟିକିରି ର ବିକାଶ ପାଇଁ ୮ ଦଫା ଦାବୀ ପତ୍ର ମୁଖ୍ୟମନ୍ତ୍ରୀ ଙ୍କୁ ଲେଖିଲେ ଆଇନଜୀବୀ ଉପେନ୍ଦ୍ର ମାଝୀ

ଟିକିରି ର ବିକାଶ ପାଇଁ ୮ ଦଫା ଦାବୀ ପତ୍ର ମୁଖ୍ୟମନ୍ତ୍ରୀ ଙ୍କୁ ଲେଖିଲେ ଆଇନଜୀବୀ ଉପେନ୍ଦ୍ର ମାଝୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ-୦୬/୦୧-(ଧନେଶ୍ବର ରାଉତ)- ରାୟଗଡ ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଟିକିରି ର ସର୍ବାଙ୍ଗୀନ ଉନତି ପାଇଁ କେତେକ ଦାବୀ ଉପସ୍ଥାପନ କରି ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ୟେସରେ ଏକ ୮ ଦଫା ଦାବି ସମ୍ବଳିତ ପତ୍ର ପ୍ରାରଣ କରାଇଛନ୍ତି ଅଂଚଳର ଆଦିବାସୀ ଯୁବକ ଓ ଜଣେ ଜଣାଶୁଣା ଆଇନଜୀବୀ ଉପେନ୍ଦ୍ର ମାଝୀ। ଅଭିଯୋଗ ଏହିକିଯେ ଦକ୍ଷିଣ ଓଡ଼ିଶାର ବିକାଶ ପାଇଁ ସରକାର ତରଫରୁ ଅଧିକ ଗୁରୁତ୍ୱ ଦିଆଯାଇପାରିନାହିଁ ତେଣୁ ଅନେକ ମୌଳିକ ସମସ୍ୟାରେ ଗତି କରୁଛି । ଯଦି ଏହି ଅଞ୍ଚଳ କେ ବି କେ ଅଂଚଳର ଅଧୀନରେ ନ ଥାନ୍ତା ତାହେଲେ ସରକାର ଅନୁଦାନ ପାଇବା ବହୁତ କଷ୍ଟକର ବ୍ୟାପାର ହୁଅନ୍ତା ବୋଲି କହିଛନ୍ତି। ଏହି ଦାବୀ ମାନଙ୍କ ମଧ୍ୟରୁ ପ୍ରମୁଖ ଦାବୀ ଗୁଡିକ ହେଲା ଆଜକୁ ଦୀର୍ଘ ୫୦ ବର୍ଷରୁ ଅଧିକ ବିତିଲାଣି ଟିକିରି ବଜାର ସାନ ବଜାରରୁ ବର୍ତମାନ ବଡ଼ ବଜାର ପାଲଟି ସରିଛି ତେଣୁ ଏହାର ଲୋକ ସଂଖ୍ୟା ବଢ଼ି ଚାଲିଛି ତେଣୁ ଏହାକୁ ଏନ ଏ ସି ର ମାନ୍ୟତା ପ୍ରଦାନ କରାଯାଉ। ଏହା ଏକ ଶିଳ୍ପାନୁଷ୍ଠାନ ର କେନ୍ଦ୍ର ତେଣୁ ଏକ ସ୍ଥାୟୀ ବସ ରହଣି ସ୍ଥାନ କରାଯାଉ। ଏହି ସହରରେ ଏକ ଯୁକ୍ତ ଦୁଇ ବିଜ୍ଞାନ ମହା ବିଦ୍ୟାଳୟ ସ୍ଥାପନ କରାଯାଉ,କାଶୀପୁର ବ୍ଲକ ସଦର ମହକୁମା ରେ ଏକ ଜିଲ୍ଲା ସ୍ତରୀୟ ବସ ରହଣି ସ୍ଥାନ କରାଯାଉ,ଡିଗ୍ରୀ କଲେଜ ଭାବରେ କାଶୀପୁର ମାନିକେଶ୍ୱର କଲେଜକୁ ସାମିଲ କରାଯାଉ।,କମ୍ପାନୀ ତରଫରୁ ଏକ ସୁପର ସ୍ପେଶାଳୀଟି ମେଡ଼ିକାଲ ଖୋଲାଯାଉ ଏହି ଅଂଚଳରେ,ଯେହେତୁ ରାୟଗଡ ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ହେଇଥିବରୁ ଏଠାରେ ଜିଲ୍ଲା ସଦର ମହକୁମାରେ ଏକ ସ୍ୱତନ୍ତ୍ର ଅଦିବସୀ ହରିଜନ ବିଶ୍ୱ ବିଦ୍ୟାଳୟ ଖୋଲାଯାଉ,ସେହିଭଳି ଏକ ମେଡ଼ିକାଲ କଲେଜ ଖୋଲାଯାଉ ବୋଲି ଦାବୀ ପତ୍ରରେ ଦାବୀ କରାଯାଇଛି। ଏହି ଅଂଚଳର ବିକାଶ ପାଇଁ ଏହି ସବୁ ଦାବୀ ଗୁଡିକ କୁ ପୁରଣ କରା ଗଲେ ଅଂଚଳର ପ୍ରକୃତ ବିକାଶ ହେଇପାରିବ ଆଦିବାସୀ ମାନେ ମୌଳିକ ସୁବିଧାରୁ ବଞ୍ଚିତ ନହୋଇ ବିକାଶ ଧାରାରେ ସାମିଲ ହେବେ ବୋଲି ଯୁକ୍ତି ବାଢ଼ି ଛନ୍ତି ଶ୍ରୀ ମାଝୀ।

related posts

Leave a Comment