Home Breaking News / ତାଜା ଖବର ଆସିଗଲା ଓମିକ୍ରନ ଟେଷ୍ଟ କିଟ୍

ଆସିଗଲା ଓମିକ୍ରନ ଟେଷ୍ଟ କିଟ୍

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଦେଶରେ ଓମିକ୍ରନ ଆତଙ୍କ ଖେଳାଇ ରଖିଛି। କିଛି ଦିନରେ କରୋନାର ଏହି ନୂତନ ଭାରିଆଣ୍ଟ ନିଜର କାୟା ମେଲାଇ ଚାଲିଛି। ଏହାର ମୁକାବିଲା ପାଇଁ କେନ୍ଦ୍ରଠୁ ନେଇ ରାଜ୍ୟସ୍ତରରେ ପ୍ରସ୍ତୁତି ଯୁଦ୍ଧକାଳିନ ଭିତ୍ତିରେ ଜାରି ରହିଛି। ଏହି କ୍ରମରେ ଓମିକ୍ରନ ଭାରିଆଣ୍ଟ ଚିହ୍ନଟ ପାଇଁ ବିକଶିତ ହୋଇଛି ଟେଷ୍ଟ କିଟ୍। ସ୍ଵଦେଶୀ ଓମିକ୍ରନ ଟେଷ୍ଟ କିଟ୍‌କୁ ଡିସିଜିଆଇ ମଞ୍ଜୁରୀ ଦେଇଛି।

ଓମିକ୍ରନ ଭାରିଆଣ୍ଟର ଚିହ୍ନଟ ପାଇଁ ଆସି ଯାଇଛି ଆରଟି-ପିସିଆର କିଟ୍। ଏବେ ଭାରିଆଣ୍ଟ ଚିହ୍ନଟ ପାଇଁ ଆଉ  ଜିନମ ସିକ୍ୟୁନ୍ସି ଆବଶ୍ୟକ ନାହିଁ। ଟାଟା ଏମଡି ଏବଂ ଆଇସିଏମଆର ମିଳିତ ପ୍ରଚେଷ୍ଟାରେ ଟେଷ୍ଟ କିଟ୍ ବିକଶିତ କରାଯାଇଛି। ଫଳରେ ବର୍ତ୍ତମାନ ୪ ଘଣ୍ଟା ଭିତରେ ଟେଷ୍ଟ ରିପୋର୍ଟ ମିଳିବ। ପ୍ରେସମିଟରେ ଏହାର ସୂଚନା ଦେଇଛନ୍ତି ଆଇସିଏମଆର ମହା ନିର୍ଦ୍ଦେଶକ ଡାକ୍ତର ବଳରାମ ଭାର୍ଗବ।

related posts

Leave a Comment