Home Breaking News / ତାଜା ଖବର ନକ୍ସଲଙ୍କ ହାତରେ ନକ୍ସଲ ଦମନ କରିବ ଏ ଏନ ପି ପି ଏଫ

ନକ୍ସଲଙ୍କ ହାତରେ ନକ୍ସଲ ଦମନ କରିବ ଏ ଏନ ପି ପି ଏଫ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ-୦୫/୦୧-(ଧନେଶ୍ବର ରାଉତ)-ନକ୍ସଲଙ୍କ ବର୍ତ୍ତମାନର ସ୍ଥିତି ଏବଂ ନକ୍ସଲଙ୍କ ଲଢେଇ ଟେକନିକ କୁ ନଜର କରି ଓଡିଶା ରାଜ୍ୟ ନକ୍ସଲପି ଏଲ ଜି ଏ ବିରୋଧୀ ସଶସ୍ତ୍ର ବାହୀନ ଏ ଏନ ପି ପି ଏଫ ତାର ରାଜ୍ୟ ନେତୃତ୍ୱରେ କରିଛି ବିରାଟ ପରିବର୍ତ୍ତନ ।
ଏହି ସଂଘଠନ ତାର ସମସ୍ତ ଦାୟିତ୍ବ ଜଣେ ସରେଣ୍ଡର ନକ୍ସଲଙ୍କୁ ପ୍ରଦାନ କରିଛି ।
ସରେଣ୍ଡର ନକ୍ସଲ ଧନଞ୍ଜୟ ଗୋପେ ଓରଫ ସୁଧୀର ଦୀର୍ଘ ଦିନ ଧରି ଓଡିଶା ଆନ୍ଦ୍ର ଡିଭିଜନାଲ କମିଟି ମେମ୍ବର ( ଡି ସି ଏମ ) ଭାବେ କାଯ୍ୟ କରିଥିଲେ ।
ତାଙ୍କ ନାମରେ ବିଭିନ୍ନ ରାଜ୍ୟରେ 27 ରୁ ଉର୍ଦ୍ଧ୍ବ ମାମଲା ରହିଥିଲା ।
ତାଙ୍କ ନାମରେ 5 ଲକ୍ଷ ର ପୁରସ୍କାର ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ରଖା ଯାଇଥିଲା ।
ଆତ୍ମସମର୍ପଣ ପରେ ଧନଞ୍ଜୟ ଦୀର୍ଘଦିନ ଧରି ଏନ ପି ପି ଏଫର ସମ୍ପର୍କରେ ଥିଲେ , ତାଙ୍କ ଆଗ୍ରହ , ନେତୃତ୍ୱ ଏବଂ
ନକ୍ସଲ ଙ୍କ ବର୍ତ୍ତମାନର ଲଢେଇ ତରିକା କୁ ନଜର କରି ସଂଗଠନଏଭଳି ନିଷ୍ପତ୍ତି ନେଇଛି ।
ଏହି ସଂସ୍ଥାର 5 ଲକ୍ଷ ଇନାମୀ ଆତ୍ମସମର୍ପଣ ନକ୍ସଲ ଧନଞ୍ଜୟ ଉପରେ ଦୃଢ଼ ବିଶ୍ୱାସ ରଖେ ଏବଂ ତାଙ୍କ ନେତୃତ୍ୱରେ ନକ୍ସଲ ଦମନ କରିବ ବୋଲି ବିଶ୍ୱାସ ରଖେ ବୋଲି କହିଛନ୍ତି ସଂସ୍ଥାର ଫାଉଣ୍ଡର ଭାରତ ଭୂଷଣ ।
ଏହା ସହିତ ଏହାର ସହାୟତାରେ ଅନେକ ଆତ୍ମସମର୍ପଣକାରୀ ନକ୍ସଲ ଙ୍କୁ ଏହି ନକ୍ସସଲ ଦମନ କାରୀ ସଂଗଠନ ରେ ସାମିଲ କରିବ ।
ଏବଂ ନକ୍ସଲ ଙ୍କ ହାତରେ ନକ୍ସଲଙ୍କ ଦମନ କରିବ ଓ ଆଦିବାସୀଙ୍କ ପାଇଁ ବିକାଶ ଏବଂ ଶାନ୍ତି ସ୍ଥାପନ କରିବ ।

ଏହି ସଙ୍ଗଠନରେ 2500 ଆଦିବାସୀ ଯୁବକଙ୍କ ସଶସ୍ତ୍ର ନକ୍ସଲ ବିରୋଧୀ ଟିମ ।
ଯାହା ମାଓବାଦୀଙ୍କ ପି ଏଲ ଜି ଏ ବିରୋଧରେ କାଯ୍ୟ କରେ , ଏହା ରାଜ୍ୟର 5 ଗୋଟି ଜିଲ୍ଲାରେ କାଯ୍ୟ କରୁଛି । ଏହି ସଂସ୍ଥାର ଫାଉଣ୍ଡର ଭାରତ ଭୂଷଣ କହିଛନ୍ତି ।

related posts

Leave a Comment