Home Breaking News / ତାଜା ଖବର ଲକଡାଉନ କରୋନା କାଳରେ ମନରେଗାର ମାଟିକାମ ଶ୍ରମିକଙ୍କ ପାଇଁ ବରଦାନ ସାଜିଛି

ଲକଡାଉନ କରୋନା କାଳରେ ମନରେଗାର ମାଟିକାମ ଶ୍ରମିକଙ୍କ ପାଇଁ ବରଦାନ ସାଜିଛି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଦାଦନ ପ୍ରବଣିତ ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକର ଲଖନା ଗ୍ରାମ ପଞ୍ଚାୟତରେ ଆରମ୍ଭ ହୋଇଯାଇଛି ମନରେଗା ଯୋଜନାରେ ମାଟିକାମ । ଲଖନା ଗ୍ରାମ ପଞ୍ଚାୟତର ସିଲେଟପଡ଼ା ଗ୍ରାମର ପ୍ରଧାନମନ୍ତ୍ରୀ ରୋଡର ନାଲା ଠାରୁ ମହାଦେବ ବନ୍ଧ ପର୍ଯ୍ୟନ୍ତ ମାଟିକାମ ଚାଲୁହୋଇଯାଇଛି । ମହାଦେବ ବନ୍ଧ କୁ ଯିବାପାଇଁ ରାସ୍ତା ଅତି ଶୋଚନୀୟ ଅବସ୍ଥାରେ ଥିଲା । ବହୁଦିନର ବ୍ୟବଧାନ ପରେ ମନରେଗା ମାଟି କାମ ଆରମ୍ଭ ହୋଇଛି । ଲକଡ଼ାଉନ ହୋଇଥିବା ସତ୍ୱେ ମାଟିକାମ ଆରମ୍ଭ ହେବା ଯୋଗୁଁ ଅନେକ ବେକାର ବେରୋଜଗାର ଶ୍ରମିମାନେ କାମ କରୁଥିବା ଦେଖିବାକୁ ମିଳୁଛି । ଏପରି ପରିସ୍ଥିତିରେ କାମ ଯୋଗାଇ ଦେବାରୁ ଶ୍ରମିକମାନେ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ତଥାପି ଅନେକ ମନରେଗା ଶ୍ରମିକ ଭିଟାମାଟି ଛାଡ଼ି ବାହାରକୁ କାମ ପାଇଁ ଚାଲିଯିବା ପରେ ଏବେ ସରକାର କିଛିଟା କାମଧନ୍ଦା ଯୋଗାଇ ଦେବାରେ ତତ୍ପରତା ଦେଖାଇଛି ।

ଯାହାବି ହେଉ ଶ୍ରମିକମାନେ କାମ କରି ଖୁସି ହେଉଥିବା ଦେଖିବାକୁ ମିଲୁଛି । କିନ୍ତୁ କାମ କମ୍ ଶ୍ରମିକ ବେଶୀ ହୋଇଥିବାରୁ, ଛୋଟିଆ କାମରେ ଅଧିକ ଶ୍ରମିକଙ୍କୁ କାମ କରିବାର ସୁବିଧା ନାହିଁ ଫଳରେ ଇଚ୍ଛୁକ ଶ୍ରମିକମାନେ କାମରୁ ଛଟେଇ ହେଉଛନ୍ତି । ମନରେଗା ଶ୍ରମିକଙ୍କ ହିସାବରେ ସରକାର ଅନେକ କାମ ଧନ୍ଦା ଯୋଗାଇ ଦେଉଛନ୍ତି, ହେଲେ ତାହା ଶ୍ରମିକଙ୍କୁ ମିଳୁନାହିଁ । ଯଦିଓ ମିଳିଲେ ମଧ୍ୟ କାମ କମ୍ ସମୟରେ ଶେଷ ହୋଇଯାଉଛି ।ବାକି ସମୟରେ ଶ୍ରମିକମାନେ କାମ ନ ମିଳି ବସିରହୁଛନ୍ତି ।

ମନରେଗା ଯୋଜନାରେ ସରକାର ଶ୍ରମିକମାନଙ୍କୁ ସବୁଦିନ ପାଇଁ କାମ ଯୋଗାଇ ପାରୁନଥିବାରୁ ଶ୍ରମିକମାନେ ଋତୁକାଳୀନ ତଥା ପ୍ରଚ୍ଛନ୍ନ ବେକାରୀ ଭାବରେ ଅନ୍ୟ କାମଧନ୍ଦା କରିବାକୁ ବାଧ୍ୟ ହେଉଛନ୍ତି ।
ଯେଉ କେତେକ ଶ୍ରମିକଙ୍କୁ କାମ ଯୋଗାଉଛନ୍ତି, ତାହା ବ୍ୟକ୍ତିଗତ କାମ ହେଉଥିବାରୁ, ନିଜେ ହିଁ ସେହି କାମକୁ ଶେଷ କରିଦେଉଛନ୍ତି । ଯଥା ଜମି ମରାମତି,କୁକୁଡ଼ା ଫାର୍ମ, ଫାର୍ମ ପୋଖରୀ, ଛେଳି ଗୁହାଳ, ଗାଈ ଗୁହାଳ ଇତ୍ୟାଦି । ଏପରି ପରିସ୍ଥିତିରେ ମନରେଗା ଶ୍ରମିକମନଙ୍କ ପାଇଁ ଅନେକ ସମସ୍ୟା ସୃଷ୍ଟି ହେବାରେ ଲଗିଛି । ଶ୍ରମିକଙ୍କ ଧାରଣା ହେଉଛି ଯେ, କାମଧନ୍ଦା ନ ମିଳିଲେ ବେକାରୀ ଭତ୍ତା ଦିଆଯାଉ । ଏବଂ ମନରେଗାର ଶ୍ରମିକମାନଙ୍କ ପାଇଁ ସରକାରଙ୍କ ତରଫରୁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଉ ।

related posts

Leave a Comment