Home Breaking News / ତାଜା ଖବର ବଦଳିଲା ହୋମ ଆଇସୋଲେସନ ନିୟମ

ବଦଳିଲା ହୋମ ଆଇସୋଲେସନ ନିୟମ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଦେଶରେ ଦିନକୁ ଦିନକୁ ବିଗୁଡିଛି କରୋନା ସ୍ଥିତି । ଅଧିକାଂଶ ଆକ୍ରାନ୍ତଙ୍କ ଶରୀରରେ କୌଣସି ପ୍ରକାରର ଲକ୍ଷଣ ଦେଖାଯାଉନି । ସେହିପରି କିଛି ଆକ୍ରାନ୍ତଙ୍କ ପାଖରେ କରୋନାର ସାମାନ୍ୟ ଲକ୍ଷଣ ଦେଖାଯାଉଛି । ଏହାରି ଭିତରେ ନୂଆ ଗାଇଡ୍‌ଲାଇନ୍ ଜାରି କରିଛି କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ । ଏହି ଗାଇଡଲାଇନ କେବଳ ଲକ୍ଷଣହୀନ ଓ ସାମାନ୍ୟ ଲକ୍ଷଣ ଥିବା କରୋନା ଆକ୍ରାନ୍ତଙ୍କ କ୍ଷେତ୍ରରେ ଲାଗୁ ହେବ ।

ପୂର୍ବରୁ କରୋନା ଆକ୍ରାନ୍ତଙ୍କୁ ୧୦ରୁ ୧୫ ଦିନ ହୋମ ଆଇସୋଲେସନର ରହିବାର ନିୟମ ଥିଲା । କିନ୍ତୁ ଏବେ ଏହାକୁ ୭ ଦିନକୁ ହ୍ରାସ କରି ଦିଆଯାଇଛି । ୭ ଦିନ ପରେ ବିନା ଟେଷ୍ଟରେ ଜଣଙ୍କୁ କରୋନା ମୁକ୍ତ ବୋଲି କୁହାଯିବ । ଯଦି ଲଗାତାର ୩ ଦିନ ଜ୍ୱର କିମ୍ବା କରୋନା ଲକ୍ଷଣ ଦେଖାଯିବ ନାହିଁ, ତାହେଲେ ଜଣେ ଆକ୍ରାନ୍ତ ହୋମ ଆଇସୋଲେସନରୁ ମୁକୁଳି ପାରିବେ । ତାଙ୍କୁ ଦ୍ୱିତୀୟ ଥର ଟେଷ୍ଟ ମଧ୍ୟ କରିବାକୁ ପଡ଼ିବନି ବୋଲି ଗାଇଡଲାନରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ଡାକ୍ତରଙ୍କ ଦ୍ବାରା ଚିହ୍ନଟ ଲକ୍ଷ୍ମଣହୀନ ହୋମ୍ ଆଇସୋଲେସନରେ ରହିପାରିବେ । ଆକ୍ରାନ୍ତଙ୍କ ପରିବାରକୁ ପରାମର୍ଶ ପାଇଁ କଣ୍ଟ୍ରୋଲ ରୁମ୍ ନମ୍ବର ଦିଆଯିବ । ହୋମ୍ ଆଇସୋଲେନ ପାଇଁ ଘରେ ଉପଯୁକ୍ତ ବ୍ୟବସ୍ଥା ଥିଲେ ରହିପାରିବେ । ଟିକା ନେଇଥିବା ପରିବାରର ଜଣେ ଆକ୍ରାନ୍ତଙ୍କର ଦାୟିତ୍ବରେ ରହିବେ । ବୟସ୍କ ଏବଂ ବହୁବିଧ ରୋଗରେ ଆକ୍ରାନ୍ତ କେବଳ ଡାକ୍ତରଙ୍କ ପରାମର୍ଶରେ ହୋମ୍ ଆଇସୋଲେସନରେ ରହିପାରିବେ ।

related posts

Leave a Comment