Home Breaking News / ତାଜା ଖବର କୁଜେନ୍ଦ୍ର ଧାନ ମଣ୍ଡି ବିଭ୍ରାଟ ଭାଜପା ହସ୍ତକ୍ଷେପ ପରେ ସମାଧାନ ହେଲା

କୁଜେନ୍ଦ୍ର ଧାନ ମଣ୍ଡି ବିଭ୍ରାଟ ଭାଜପା ହସ୍ତକ୍ଷେପ ପରେ ସମାଧାନ ହେଲା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ-୦୫/୦୧-(ଧନେଶ୍ବର ରାଉତ)- ରାୟଗଡ ଜିଲ୍ଲା ଗୁଣୁପୁର ଉପଖଣ୍ଡ ସଦର ବ୍ଲକ ର କୁଜେନ୍ଦ୍ରି ଧାନ ମଣ୍ଡିରେ ଚାଷୀ ଓ ମିଲେର ଙ୍କ ମଧ୍ୟରେ ଯୁକ୍ତିତର୍କ ଓ ଧାନ କିଣାକୁ ନେଇ ଟାଳଟୁଳ ନୀତି ଯୋଗୁ ପ୍ରାୟ ଦିନ 2.00 ଘଣ୍ଟା ପର୍ଯନ୍ତ ମଣ୍ଡି କାର୍ଯ୍ୟ ଚାଲି ପାରିନଥିଲା | ଶେଷରେ ଭାରତୀୟ ଜନତା ପାର୍ଟି ର ଜିଲ୍ଲା ଉପସଭାପତି ୱାଇ.ଗଣପତି ଙ୍କ ନେତୃତ୍ୱରେ ବିଜେପିର ଏକ ଟିମ ଉଭୟ ମିଲର୍ସ ଓ ଚାଷୀକୁ ବୁଝାଇବା ପରେ ମଣ୍ଡି କାମ ଆରମ୍ଭ ହୋଇଥିଲା | ରାଜ୍ୟ ସାରା ମଣ୍ଡି ରେ ବିଭ୍ରାଟ ରହିଥିବା ବେଳେ କୁଜେନ୍ଦ୍ରି ଠାରେ ମଣ୍ଡିର ପରିଚାଳନା ଗତ ତ୍ରୁଟି ରହିଛି ଟୋକାନ ସମସ୍ୟା ସାଙ୍ଗକୁ ଅନ୍ୟାନ୍ୟ ବ୍ୟବସ୍ଥା ଠିକ ନାହିଁ ତେଣୁ ଏଠାକାର ଚାଷୀ ଘୋର ଅସୁବିଧାର ସମ୍ମୁଖିନ ହେଇଥିବା ଦେଖିବାକୁ ମିଳିଛି | ଅତି ଶୀଘ୍ର ଏଠାରେ ଥିବା ମଣ୍ଡିର ଭିତିଭୂମି ଉର୍ନତୀ କାରଣ କରିବା ପାଇଁ ବିଜେପି ପ୍ରତିନିଧି ଦଳ ଦ୍ୱାରା ଦାବି କରାଯାଇଛି | ମଣ୍ଡି ରେ ମିଲର ମାନଙ୍କ ମନମୁଖୀକୁ ପ୍ରାଧାନ୍ୟ ନଦେଇ କାଂଟ ଛାଂଟ ନକରି ଯଥା ଶୀଘ୍ର କେନ୍ଦ୍ର ସରକାରଙ୍କ ନିର୍ଦ୍ଧାରିତ ମୂଲ୍ୟ ନିର୍ଦ୍ଧାରିତ ସମୟରେ ଜମା କରାନଗଲେ ଆଗାମୀ ଦିନରେ ଭାଜପା ଏହାର ବିରୋଧ କରିବ ବୋଲି କହିଛି ଏବଂ କୌଣସି ଚାଷୀଙ୍କୁ ହଇରାଣ କରାଗଲେ ପାର୍ଟି ବରଦାସ୍ତ କରିବନି ବୋଲି ଚେତାବନୀ ଦେଇଛନ୍ତି। ଏଥିରେ ସହଯୋଗ କରିଥିଲେ କୁଜେନ୍ଦ୍ରି ମଣ୍ଡଳ ସଭାପତି ଧନୁ ବେହେରେ, ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଅମର କୁମାର ସାହୁ, ଜଗନାଥପୁର ମଣ୍ଡଳ ସଭାପତି ପୃଥୀବିରଜ ପାଢୀ ପ୍ରମୁଖ ଯୋଗଦେଇ।

related posts

Leave a Comment