Home Breaking News ତ୍ରିଦିବସୀୟ କ୍ରିକେଟ ଟୁଣ୍ଣାମେଣ୍ଟ ର ଉଦଯାପନୀ ଉତ୍ସବ

ତ୍ରିଦିବସୀୟ କ୍ରିକେଟ ଟୁଣ୍ଣାମେଣ୍ଟ ର ଉଦଯାପନୀ ଉତ୍ସବ

by Times One Odia
Share with
     
 
 
   

ଅବିନାଶ ମହାନ୍ତି: ବେତନଟୀ ବ୍ଲକ ଅନ୍ତର୍ଗତ ଅଁଳା ମିନି ଷ୍ଟାଡିୟମ ପରିସରରେ ବୁଧବାର ଶିବ ବ୍ରତ ମେମୋରିୟାଲ ଆନୁକୂଲ୍ୟରେ ତ୍ରିଦିବସୀୟ କ୍ରିକେଟ ଟୁଣ୍ଣାମେଣ୍ଟ ରେ ମୋଟ ୮ଟି କ୍ରିକେଟ ଟିମକୁ ନେଇ ଅନୁଷ୍ଠିତ ହୋଇଥିବା ଉଦଯାପନୀ ମ୍ୟାଚରେ ଇଲେଭେନ ଷ୍ଟାର୍ ମୋରଡା ଓ ବ୍ଲେଣ୍ଡେରସ୍ ଇଲେଭେନ ଆଗ୍ରିଆ କ୍ଲବ ମଧ୍ୟରେ ଅନୁଷ୍ଟିତ ହୋଇଥିବା ବେଳେ ବ୍ଲେଣ୍ଡରସ୍ ଇଲେଭେନ ଆଗ୍ରିଆ କ୍ଲବ ପ୍ରଥମେ ବ୍ୟାଟିଂ କରି ୧୭୭ ରନ କରିଥିଲେ।ପରେ ଇଲେଭେନ ଷ୍ଟାର୍ ମୋରଡା ୧୭୭ ରନ ର ପିଛା କରି୧୬ ଓଭରରେ ବିଜୟ ହୋଇ ଚମ୍ପିୟାନ ହୋଇଥିଲା ।ଚମ୍ପିୟାନ ଦଳକୁ ଟ୍ରଫି,୪୦ ହଜାର ଟଙ୍କା ଓ ରନସ୍ ଅଫ୍ ଦଳକୁ ୩୦ ହଜାର ଟଙ୍କା ସହ ଟ୍ରଫି ଦିଆଯାଇଥିଲା।ଫାଇନାଲ ମ୍ୟାଚରେ ବ୍ୟାଟ୍ସମ୍ୟାନ ସୁଧାକର ୩୮ ଟି ବଲ ରେ ୧୦୦ରନ କରି ମେନ୍ ଅଫ ଦି ମ୍ୟାଚ୍ ଏବଂ ମେନ୍ ଅଫ ଦି ସିରିଜ୍ ମଧ୍ୟ ହୋଇଛନ୍ତି।ଉଦଯାପନୀ ଉତ୍ସବରେ ଅଁଳା ପିଏସ୍ ମେମ୍ବର ପ୍ରଶାନ୍ତ କୁମାର ସାମଲ ଓ ସମାଜସେବୀ ବୃନ୍ଦାବନ ଦାସ ଅତିଥି ଭାବେ ଯୋଗ ଦେଇ ଚମ୍ପିୟାନ ଦଳକୁ ଓ ରନସଅପ ଦଳର ଖେଳାଳିଙ୍କୁ ଉତ୍ସାହିତ କରିଥିଲେ l ଆମ୍ପାୟର ସାଗର ଭୋଇ,ଶିବ ପ୍ରକାଶ ପାତ୍ର,ସଂଗ୍ରାମ ମହାନ୍ତି,କେଦାରନାଥ ଭୋଇ,ସତ୍ୟଜିତ ସେନାପତି,ଆଲୋକ ଦଳାଇ,ସଞ୍ଜୀବ ଦଳେଇ,ବିନୋଦ ଜେନା, ସଂଜିତ ପାତ୍ର, ପ୍ରମୁଖ ଟୁର୍ନାମେଣ୍ଟ ପରିଚାଳନା ରେ ସହଯୋଗ କରିଥିଲେ l

related posts

Leave a Comment