Home Breaking News / ତାଜା ଖବର ଭୁବନେଶ୍ୱରରେ ଆଉ ୫ଟି କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲା ବିଏମସି

ଭୁବନେଶ୍ୱରରେ ଆଉ ୫ଟି କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲା ବିଏମସି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାଜ୍ୟରେ କୋଭିଡ୍ ସଂକ୍ରମଣର ଲେଉଟାଣି ହୋଇଛି । ପୁଣି ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ସଂକ୍ରମଣ ବଢ଼ିବାରେ ଲାଗିଛି । ତେବେ ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି ରାଜଧାନୀର ୫ଟି ସ୍ଥାନରେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ଭୁବନେଶ୍ୱର ମହାନଗର ନିଗମ (ବିଏମସି)।

ଭୁବନେଶ୍ୱରର ଆଚାର୍ଯ୍ୟ ବିହାର ସାଇ ମନ୍ଦିର ନିକଟସ୍ଥ ଏକ ପ୍ଲଟରୁ ଏକାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫଳରେ ଉକ୍ତ ଅଞ୍ଚଳକୁ ବିଏମସି ପକ୍ଷରୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ସେହିପରି ଆଚାର୍ଯ୍ୟ ବିହାର ଅନ୍ତର୍ଗତ ପାଣି ଟାଙ୍କି, ସତ୍ୟନଗର, ବାପୁଜୀ ନଗର, ଟଙ୍କପାଣି ରୋଡ଼ ଅଧିନସ୍ଥ ବିଷ୍ଣୁ ନଗର ଆଦି ଅଞ୍ଚଳମାନଙ୍କରେ ଏକାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୫ଟି ଅଞ୍ଚଳର ସମସ୍ତ ଜନସାଧାରଣଙ୍କୁ ଘରେ ରହିବାକୁ କୁହାଯାଇଛି । ଏହି ଅଞ୍ଚଳର ପରିସରକୁ କୌଣସି ବାହାର ଅଞ୍ଚଳର ଲୋକ ଯିବାକୁ ବାରଣ କରାଯାଇଛି ।

related posts

Leave a Comment