Home Breaking News / ତାଜା ଖବର କେମିତି ହୋଇଥାଏ ପ୍ରଧାନମନ୍ତ୍ରୀଙ୍କ କାରକେଡ୍ ସୁରକ୍ଷା , ତେବେ ଫ୍ଲାଇ ଓଭର ଉପରେ କେମିତି ଅଟକାଇଲେ ପ୍ରଦର୍ଶନକାରୀ?

କେମିତି ହୋଇଥାଏ ପ୍ରଧାନମନ୍ତ୍ରୀଙ୍କ କାରକେଡ୍ ସୁରକ୍ଷା , ତେବେ ଫ୍ଲାଇ ଓଭର ଉପରେ କେମିତି ଅଟକାଇଲେ ପ୍ରଦର୍ଶନକାରୀ?

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଦେଶରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ସବୁଠାରୁ ଅଧିକ କଡା ହୋଇଥାଏ । ଯାହାର ଦାୟିତ୍ୱ ରହିଥାଏ ଏସପିଜି ବା ସ୍ପେଶାଲ ପ୍ରୋଟେକ୍ସନ ଗ୍ରୁପ୍ ହାତରେ । ୧୯୮୮ରେ ଗଠନ ହୋଇଥିଲା ଏହି ଏସପିଜି ।
ବୁଧବାର ପଂଜାବର ଫିରୋଜପୁରରେ ରାଲିରେ ଯୋଗ ଦେବାକୁ ଯାଉଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ଅଚାନକ ରାଲି ବାତିଲ ହୋଇଯିବାରୁ ପ୍ରଧାନମନ୍ତ୍ରୀଙ୍କ କାଫିଲା ଫେରି ଆସୁଥିଲା । ଏହି ସମୟରେ ହୁସୈନବାଲାରେ ଅନୟ ଏକ ପାଶ୍ୱର୍ରୁ ପ୍ରଦର୍ଶନକାରୀ ଚାଷୀ ଆସିଯିବାରୁ ଫ୍ଲାଇ ଓଭର ଉପରେ ଅଟକି ଯାଇଥିଲା ପ୍ରଧାନମନ୍ତ୍ରୀଙ୍କ କାରକେଡ୍ । ଏହିଠାରେ ପ୍ରାୟ ୨୦ ମିନିଟ୍ ପାଇଁ ଅଟକିଥିଲା ପ୍ରଧାନମନ୍ତ୍‌ୀ ମୋଦୀଙ୍କ ସୁରକ୍ଷାରେ ଏହାକୁ ବଡ ତ୍ରୁଟି ବୋଲି କୁହାଯାଉଛି ।

ଆସନ୍ତୁ ଜାଣିବା କେମିତି ହୋଇଥାଏ ପ୍ରଧାନମନ୍ତ୍ରୀଙ୍କ କାରକେଡ ସୁରକ୍ଷା ବ୍ୟବସ୍ଥା

  • ୧୯୮୮ ମସିହାରେ ଦେଶରେ ଗଠନ ହୋଇଥିଲା ଏସପିଜି
  • ଏହି ଏସପିଜି ହିଁ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱ ବହନ କରିଥାଏ
  • ଏସପିଜି ୪ ପ୍ରକାରରେ କାମ କରିଥାଏ
  • ଅପରେସନ, ଟ୍ରେନିଂ, ଇଂଟେଲିଜେନ୍ସ ଓ ଟୁର୍ସ ଏବଂ ଆଡମିନିଷ୍ଟ୍ରେସନ
  • ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ବୁଲେଟପ୍ରୁଫ, ରେଂଜ ରୋଭର, ମର୍ସଡିଜ୍ , ବିଏମଡବ୍ଲୁ ଏଲଆଇ ୭୬୦ ଗାଡି ବ୍ୟବହାର ହୋଇଥାଏ
  • ଭିଆର ୧୦ ସ୍ତରୀୟସୁରକ୍ଷା ହୋଇଥାଏ
  • ଏହି ଗାଡି ଗୁଡିକ ବିଶେଷ ଧରଣର ଧାତୁରେ ତିଆରି ହୋଇଥାଏ
  • ଗାଡି ଠାରୁ ୨ ମିଟର ଦୂରରେ ବିସ୍ଫୋରଣକୁ ବି ଏହା ସହ୍ୟ କରିପାରେ
  • କାରରେ ଲାଗିଥିବା ପଲିକାର୍ବୋନେଟ ଆସ୍ତରଣ ହିଁ ବିସ୍ଫୋରଣ ଠାରୁ ଲୋକଙ୍କୁ ବଂଚାଇଥାଏ
  • ଗ୍ୟାସ ଆକ୍ରମଣରୁ ବି ଏହା ସୁରକ୍ଷା ଦେଇଥାଏ
  • କାରକେଡ ସାଙ୍ଗରେ ୨ଟି ଡମି କାର ଯାଇଥାଏ
  • ଜାମର ଗାଡି ବି ରହିଥାଏ କାରକେଡରେ
  • ୧୦୦ ମିଟର ଦୂରରୁ ବୋମାକୁ ନିଷ୍କ୍ରିୟ କରିବା କ୍ଷମତା ରଖିଥାଏ ଜମର ଗାଡି

related posts

Leave a Comment