Home Breaking News / ତାଜା ଖବର କୃଷି ରୁଣ ନାମ ଠକେଇ,ଦୁଇ ଠକ୍ ଗିରଫ

କୃଷି ରୁଣ ନାମ ଠକେଇ,ଦୁଇ ଠକ୍ ଗିରଫ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

୨୦୧୭ ମସିହା କଟକ ସାଲେପୁର (SBI) ଏସ ବି ଆଇ ମୁଖ୍ୟ ବ୍ୟାଙ୍କ ଶାଖାରୁ କୃଷି ଋଣ ଠକେଇ ମାମଲାରେ ଦୀର୍ଘ ଦିନ ଧରି ଫେରାର ଥିବା ଦୁଇ  ଠକକୁ ସାଲେପୁର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ଦୁଇଜଣ ଠକ ହେଲେ  ସାଲେପୁର ଥାନା ବାସୁଦେବପୁର ଗାଁର ପ୍ରକାଶ ତ୍ରିପାଠୀ ଏବଂ ସାରଡ଼ା ଗାଁର ସଞ୍ଜୟ ଜେନା ।  ୨୦୧୭ ମସିହାରେ ଏହି ଦୁଇ ଠକ ୩୭ଜଣ ନକଲି ଲୋକ , ନକଲି ପରିଚୟ ପତ୍ର ଓ ନକଲି ଜମି ପଟା ପ୍ରସ୍ତୁତ କରି ବ୍ୟାଙ୍କର ସେତେବେଳେର ଫିଲଡ଼ ଅଫିସର  କୁ ହାତ କରି ମୋଟ ୧୩ଲକ୍ଷ ୫୪ ହଜାର ୪୦୦ ଟଙ୍କା ଲୋନ ଆକାରରେ ଠକି ନେଇଥିଲେ । ପରବର୍ତ୍ତୀ ସମୟରେ ଯେତେବେଳେ ବ୍ୟାଙ୍କ ପକ୍ଷରୁ ଏହାର ଖୋଲତାଡ଼ ହେଲା ଜଣା ପଡିଥିଲା ଏଭଳି ୩୭ ଜଣ ବ୍ୟକ୍ତି କେହି ନାହାଁନ୍ତି । ସବୁ ନକଲି କରାଯାଇ ବ୍ୟାଙ୍କକୁ ବୋକା ବନାଯାଇଛି  । ଏନେଇ ବ୍ୟାଙ୍କ ପକ୍ଷରୁ ସାଲେପୁର ଥାନା ରେ ଅଭିଯୋଗ ହୋଇଥିଲା । ସେହି ଅଭିଯୋଗ କୁ ଭିତ୍ତିକରି ପୋଲିସ ୩ ଜଣ ଙ୍କ ନାମରେ ସେତେବେଳେ କେଶ ରୁଜ କରିଥିଲା । ସେମାନେ ହେଲେ ବ୍ୟାଙ୍କ ର ଫିଲଡ଼ ଅଫିସର ସନ୍ଦିଫ ତ୍ରିପାଠୀ  ଓ  ଦୁଇ ଠକ ପ୍ରକାଶ ତ୍ରିପାଠୀ ଓ ସଞ୍ଜୟ ଜେନା । ତେବେ ସନ୍ଦୀପ ଉଚ୍ଚ ନ୍ୟାୟାଳୟ କ ରୁ ବେଲ ପାଇଯାଇଥିବା ବେଳେ ସଞ୍ଜୟ ଓ ପ୍ରକାଶ ଫେରାରଥିଲେ ତାଙ୍କୁ ଏବେ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଥିବା ସାଲେପୁର ଏସ ଡି ପି ଓ କହିଛନ୍ତି ।

related posts

Leave a Comment