Home Breaking News / ତାଜା ଖବର ଚିନ୍ତା ବଢାଇଲାଣି କରୋନା, ନବୋଦୟ ବିଦ୍ୟାଳୟରୁ ୩୬ ଛାତ୍ରଛାତ୍ରୀ କୋଭିଡ଼ ପଜିଟିଭ

ଚିନ୍ତା ବଢାଇଲାଣି କରୋନା, ନବୋଦୟ ବିଦ୍ୟାଳୟରୁ ୩୬ ଛାତ୍ରଛାତ୍ରୀ କୋଭିଡ଼ ପଜିଟିଭ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଡରାଇଲାଣି କରୋନା । ଧୀରେ ଧୀରେ ଦୈନିକ ସଂକ୍ରମଣ ବଢିବାରେ ଲାଗିଛି । ଖାସ୍ କରି ଅନେକ ଶିକ୍ଷାନୁଷ୍ଠାନରୁ ଅନେକ ମାତ୍ରାରେ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏହିପ୍ରରିପେକ୍ଷୀରେ ସୁନ୍ଦରଗଡ଼ ନବୋଦୟ ବିଦ୍ୟାଳୟରୁ ୩୬ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । ଏହାପରେ ସମସ୍ତଙ୍କୁ ଆଇସୋଲେସନ୍‌ରେ ରଖାଯାଇଛି ।

ଖବର ଅନୁଯାୟୀ, ସୁନ୍ଦରଗଡ଼ ନବୋଦୟ ବିଦ୍ୟାଳୟରୁ ୩୬ ଛାତ୍ରଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସର୍ଗିପାଲିସ୍ଥିତ ନବୋଦୟ ବିଦ୍ୟାଳୟରୁ ଏକାସାଙ୍ଗେ ୩୬ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାସହ ଜଣେ କର୍ମଚାରୀ ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି ।ଏନେଇ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ  ସୂଚନା ଦେଇଛନ୍ତି । ସମସ୍ତଙ୍କର ସାମନ୍ୟ ଲକ୍ଷଣ ରହିଛି । ସମସ୍ତ ଛାତ୍ରଛାତ୍ରୀଙ୍କୁ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି । ନିୟମିତ ଭାବେ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ କଡ଼ା ନଜର ରଖାଯାଇଛି । ଆବଶ୍ୟକ ଅନୁସାରେ ସଂକ୍ରମିତଙ୍କୁ ମେଡିକାଲରେ ଭର୍ତ୍ତି କରାଯିବ ।

related posts

Leave a Comment