Home Breaking News / ତାଜା ଖବର ପୁଣି ଶୀତ ଲେଉଟିଲା,10ଡିଗ୍ରୀ ତଳେ କନ୍ଧମାଳ

ପୁଣି ଶୀତ ଲେଉଟିଲା,10ଡିଗ୍ରୀ ତଳେ କନ୍ଧମାଳ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ-4/1(ସୁନୀଲ ପଟ୍ଟନାୟକ) କିଛି ଦିନର ବ୍ୟବଧାନ ପରେ କନ୍ଧମାଳକୁ ପୁଣି ଶୀତ ଲେଉଟିଲା l
ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲା ରେ ପୂଣି ଶୀତଲହରୀ l
ପାରଦ ଦିନକୁ ଦିନ ଖସିବାରେ ଲାଗିଛି ।। ଫଳରେ ଥଣ୍ଡାର ପ୍ରକୋପ ମଧ୍ୟ ଧୀରେ ଧୀରେ ବଢିବାରେ ଲାଗିଛି ତା ସାଙ୍ଗକୁ ସକାଳ ୯ଟା ଯାଏ ଘନ କୁହୁଡ଼ି ମଧ୍ୟ ଲାଗି ରହୁଛି।
ଘନ କୁହୁଡିର ଚାଦର ତଳେ ସାରା କନ୍ଧମାଳ । କୁହୁଡି ଯୋଗୁ ମୁହଁକୁ ମୁହଁ ଦେଖାଯାଉନି । ଫକରେ ସକାଳ ୯ଟା ପୂର୍ବରୁ ଘରୁ ପଦାକୁ ବାହାରି ପାରୁ ନାହାନ୍ତି ଲୋକୋ ସେପଟେ ସଞ୍ଜ ନଇଁବା କ୍ଷଣି ଥଣ୍ଡା ମାଡି ଆସୁଛି। ଫଳରେ ରାସ୍ତାଘାଟ ଜନଶୁନ୍ୟ ହୋଇ ପଡୁଛି ତା ସାଙ୍ଗକୁ ଦୋକାନବଜାର ବି ଖାଁ ଖାଁ ଲାଗୁଛି। କି ବୁଢା କି ପିଲା ସଭିଏ ନିଆଁ ଜାଳି ନିଆଁ ପାଖରେ ଦିନରାତି ବସି ରହୁଛନ୍ତି।

ଥଣ୍ଡା ପୂଣି ବଢିବା ଫଳରେମାନ୍ଦା ପଡ଼ିଯାଇଥିବା ଏବେ ଗରମ ପୋଷାକ ର ମଧ୍ୟ ଚାହିଦା ଟିକେ ବଢିବାରେ ଲାଗିଛି । ଲୋକେ ମଧ୍ୟ ଗରମ ପୋଷାକ କିଣାକିଣି କରୁଥିବା ଦେଖିବାକୁ ମିଳୁଛି ।
ଫୁଲବାଣୀରେ ଆଜି ଫୁଲବାଣୀରେ ତାପମାତ୍ରା ୯ ଡିଗ୍ରି ଥିବାବେଳେ ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡିରେ ତାପମାତ୍ରା ୭ ଡିଗ୍ରୀ ସେଲସିୟସ କୁ ଖସି ଆସିଛି ।

ସେହିପରି ଜିଲ୍ଲା ର ବେଲଘର, ତୁମୁଡିବନ୍ଧ, ରାଇକିଆ, ମଣ୍ଡାସୁର, ବାଲିଗୁଡ଼ା, ଜିଉଦୟଗିରି, ରାଇକିଆ, ଆଦି ଅଞ୍ଚଳରେ ମଧ୍ଯ ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସି ଆସିଥିବାରୁ ଏସବୁ ସ୍ଥାନରେ ଏବେ ପ୍ରବଳ ଥଣ୍ଡା ଅନୁଭୁତ ହେଉଛି।
ଆଗକୁ ପାଗ ଶୁଖିଲା ରହିବ ଆଉ ତାପମାତ୍ରା ବି ୨ ରୁ ୩ ଡିଗ୍ରୀ ଖସିବା ସଂଭାବନା ଥିବା ପାଣି ପାଗ ପର୍ଯ୍ୟବେକ୍ଷକଜିତେନ୍ଦ୍ର ସ୍ୱାଇଁ କହିଛନ୍ତି l

related posts

Leave a Comment