Home Breaking News / ତାଜା ଖବର ବାଘ ପାଇଁ ବାରାହା ଫାଶ ହେଲା କାଳ

ବାଘ ପାଇଁ ବାରାହା ଫାଶ ହେଲା କାଳ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଶିକାରି ଫାଶରେ ଜୀବନ ଗଲା କଲରାପତରିଆ ବାଘର। ଆଠଗଡ଼ ବନଖଣ୍ଡ ତିଗିରିଆ ଭିରୁଡା ସଂରକ୍ଷିତ ଜଙ୍ଗଲରେ ଏହି ବାଘର ମୃତ୍ୟୁ ହୋଇଛି। ୨ରୁ ୩ ବର୍ଷର ମାଈ କଲରାପତରିଆ ବାଘ ବୋଲି ସୂଚନା ଦେଇଛନ୍ତି ରେଞ୍ଜର । ବନବିଭାଗର ଅପାରଗତା ବୋଲି ମୃତ୍ୟୁ ପରେ ଏଭଳି ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକ। ଆଠଗଡ଼ ଵନାଞ୍ଚଳରେ ହାତୀ ସହିତ ଅନ୍ୟାନ୍ୟ ବନ୍ୟଜନ୍ତୁଙ୍କ ହତ୍ୟା ଭଳି ସଙ୍ଗୀନ ଅଭିଯୋଗ ଆଗରୁ ବାରମ୍ବାର ହୋଇଛି। ତେବେ ବର୍ତ୍ତମାନ ସାଧାରଣ ରେ ପ୍ରଶ୍ନ ହେଉଛି ବାଘର ମୃତ୍ୟୁ ପାଈଁ ଦାୟୀ କିଏ ? ୧୬/୯/୧୯ ମସିହାରେ ଏହି ତିଗିରିଆ ଅଞ୍ଚଳରେ ଏକ କଲରାପତରିଆ ବାଘର ମୃତ୍ୟୁ ହୋଈଥିବା ବେଳେ ତରବରିଆ ଭାବେ ତିଗିରିଆ ବନାଞ୍ଚଳ କାର୍ଯ୍ୟଳୟ ଭିତରେ ତାକୁ ପୋଡି ଦେଇଥିଲେ ବନବିଭାଗର ଅଧିକାରୀ । ଏହି ଅଞ୍ଚଳରେ ବାଘ ରହୁଥିବାର ଖବର ମଧ୍ୟ ବନବିଭାଗ ପାଖରେ ନାହିଁ ।ଏହି ଜଙ୍ଗଲରେ ମଧ୍ୟ ଅନେକ ସ୍ଥାନରେ ଫାଶ ବସାଯାଇଥିବା ଦେଖାଯାଇଛି। ଯାହାକି ବନବିଭାଗର କାର୍ଯ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି

ବନ୍ୟପ୍ରାଣୀ ସୁରକ୍ଷା ପାଇଁ ବିଭାଗ ପକ୍ଷରୁ ବିପୁଳ ପରିମାଣର ଅର୍ଥ ବ୍ୟୟ କରାଯାଉଥିବା ବେଳେ ଆଠଗଡ଼ ବନଖଣ୍ଡ ରେ ଏମିତି ଚାଲିଛି ବନ୍ୟପ୍ରାଣୀ ସଂରକ୍ଷଣ । ଗତକିଛି ଦିନ ତଳେ ଏହି ଫାଶରେ ପଡିଥିଲା ଏକ ହାତୀ , ଯେଉଁଥି ପାଇଁ ଗୋଡରେ ବଡଧରଣର କ୍ଷତ ହୋଇଥିଲା । ଟ୍ରାଙ୍କୁଲାଇଜ କରି ହାତୀ ଚିକିତ୍ସା କରିବା ପାଈଁ ନାକେଦମ୍ ହେବାକୁ ପଡିଥିଲା ବନବିଭାଗକୁ । ହାତୀର ସ୍ବାସ୍ଥ୍ୟ ଠିକ୍ ନ ହେଉଣୁ ପୁଣି ଫାଶରେ ପଡି ବାଘର ମୃତ୍ୟୁ ।
ବିଭାଗୀୟ ଉଚ୍ଚ ପଦାଧିକାରୀଙ୍କ ପାଖରେ ଏ ବାବଦରେ କିଛି ସୂଚନା ନଥିବା ବିଭାଗୀୟ ଅଧିକାରୀ ମାନଙ୍କ କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।ମୃତ ବାଘଟିକୁ ଜଙ୍ଗଲରୁ ଉଦ୍ଧାର କରି ଆଠଗଡ ରେ ଶବ ବ୍ୟବଛେଦ କରାଯାଇ ବନଖଣ୍ଡି ନର୍ସରିଠାରେ ବାଘଟିକୁ ପୋଡି ଦିଆଯାଇଛି। ବାଘ ବଂଶ ବୃଦ୍ଧି , ହାତୀଙ୍କ ସୁରକ୍ଷା ପାଇଁ ସରକାର ଖର୍ଚ୍ଚ କରୁଛନ୍ତି ପୁଳାପୁଳା ଟଙ୍କା। କିନ୍ତୁ ସେହି ବାଘର ମୃତ୍ୟୁ ପରେ କି କାର୍ଯ୍ୟାନୁଷ୍ଠାନ ନିଆଯାଉଛି ତାହା ଦେଖିବାକୁ ଅପେକ୍ଷା

related posts

Leave a Comment