Home Breaking News / ତାଜା ଖବର ସତ ଧରିଲା ସାଟେଲାଇଟ, ଏଲଏସିରେ ପ୍ୟୋଂଗଙ୍ଗ ହ୍ରଦ ନିକଟରେ ପୋଲ ତିଆରି କରୁଛି ଚୀନ

ସତ ଧରିଲା ସାଟେଲାଇଟ, ଏଲଏସିରେ ପ୍ୟୋଂଗଙ୍ଗ ହ୍ରଦ ନିକଟରେ ପୋଲ ତିଆରି କରୁଛି ଚୀନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସାଟେଲାଇଟରେ ଧରାପଡିଛି ଚୀନର ଚାଲାକି । ଲାଇନ୍ ଅଫ୍ ଆକଚୁଆଲ କଂଟ୍ରୋଲ ବା ଏଲଏସିରେ ଚୀନ ଜୋରଦାର ଚଳାଇଛି ନିର୍ମାଣ କାମ । ବର୍ତମାନ ବିବାଦୀୟ ପ୍ୟୋଂଗଙ୍ଗ ହ୍ରଦ ନିକଟରେ ପୋଲ ତିଆରି କରୁଛି ଚୀନ । ପ୍ରାୟ ୨ ମାସ ଧରି ଚୀନ ଏଠାରେ ଏକ ପୋଲ ନିର୍ମାଣ କରୁଥିବା ସାଟେଲାଇଟ ଛବିରୁ ସ୍ପଷ୍ଟ ହୋଇଛି । ଚୀନ ନିର୍ମାଣ କରୁଥିବା ପୋଲଟି ପ୍ୟୋଂଗଙ୍ଗ ହ୍ରଦର ଉତର ଏବଂ ଦକ୍ଷିଣ ଭାଗକୁ ସଂଯୋଗ କରୁଛି । ଫଳରେ ଚୀନ ସେନା କୌଣସି ପ୍ରତିକୂଳ ସ୍ଥିତିରେ ଅତିକମ୍ ସମୟରେ ପ୍ୟୋଂଗଙ୍ଗ ହ୍ରଦର ଏପାଖରୁ ସେପାଖକୁ ପହଂଚି ପାରିବ । ପ୍ରତିରକ୍ଷା ରଣନୀତି ଦୃଷ୍ଟିରୁ ଏହା ଚୀନ ପାଇଁ ବଡ କାମକୁ ଆସିବ ।
ଗଲବାନ ଘାଟିରେ ଚୀନର ହଲଚଲ ବଢି ଚାଲିଥିବା ବେଳେ ସାମ୍ନାକୁ ଆସିଛି ପ୍ୟୋଂଗଙ୍ଗ ହ୍ରଦର ଏହି ପୋଲ ନିର୍ମାଣ । ବର୍ଷ ୨୦୨୨ରେ ଚୀନର ଖାସ୍ କରି ଶୀତ କାଳରେ ଏପରି ସୀମାକୁ ନେଇ ଧୋକାବାଜି ଖେଳ, ପଛରେ କିଛି ବଡ ଯୋଜନା ଥିବା ଅନୁମାନ କରୁଛି ଭାରତ ।
୨୦୨୦ ମସିହାରେ ଭାରତ ପ୍ୟୋଂଗଙ୍ଗ ହ୍ରଦର ଦକ୍ଷିଣ କୂଳରେ ଥିବା ମହତ୍ୱପୂର୍ଣ୍ଣ କୈଳାସ ରେଂଜର ପ୍ରମୁଖ ଘାଟି ଗୁଡିକୁ ଦଖଲ କରିନେଇଥିଲା । ଯାହା ଭାରତକୁ ପ୍ରତିରକ୍ଷା କ୍ଷେତ୍ରରେ ଲାଭଦାୟକ ହୋଇଥିଲା । କିନ୍ତୁ ଗତ ଫେବ୍ରୁଆରୀରେ ଦୁଇ ଦେଶ ମଧ୍ୟରେ ଆଲୋଚନା ପରେ ଦୁଇ ଦେଶର ସେନା ପ୍ୟୋଂଗଙ୍ଗ ହ୍ରଦର ଦୁଇ ପାଖରୁ ପଛକୁ ଫେରି ଯାଇଥିଲେ ।

ପ୍ୟୋଂଗଙ୍ଗ ହ୍ରଦରେ ପୋଲ ଚୀନକୁ କେମିତି ଦେବ ଲାଭ?

  • ପ୍ୟୋଂଗଙ୍ଗ ହ୍ରଦର ବିବାଦୀୟ ଅଂଚଳରେ ସହଜରେ ପହଁଚିବ ପିଏଲଏ
  • ପ୍ୟୋଂଗଙ୍ଗ ହ୍ରଦର ଦୁଇ ପାଶ୍ୱର୍ ମଧ୍ୟରେ ଦୂରତା ୨୦୦ କିମି
  • ପ୍ୟୋଂଗଙ୍ଗ ହ୍ରଦରେ ପୋଲ ହେବା ପରେ ୫୦ କିମିକୁ ଖସି ଆସିବ ଦୂରତା

ପ୍ୟୋଂଗଙ୍ଗ ସୋ ହ୍ରଦର ଏକ ତୃତୀୟାଂଶ ଭାରତର ଲଦାଖ ଏବଂ ତିବତରେ ଯାଉଛି । ଏହି କାରଣରୁ ପ୍ୟୋଂଗଙ୍ଗ ହ୍ରଦରେ ଚୀନର ଏପରି ସାମରିକ ନିର୍ମାଣ ପଛରେ ଚୀନର କିଛି ବଡ ଯୋଜନା ଥିବା ଆଶଙ୍କା ବୃଦ୍ଧି କରୁଛି ।
[8:05 AM, 1/4/2022] Mbc Akshaya Bhai: ଗଲୱାନରେ ଉଡିଲା ଚୀନ ପତାକା, ପୂର୍ବ ଲଦାଖ ସୀମା ସେପଟେ ୬୦ ହଜାର ଚୀନ ସେନା ମୁତୟନ, ଶୀତ କାଳରେ ଯୁଦ୍ଧ ଭଳି ପ୍ରସ୍ତୁତି କଲାଣି ଡ୍ରାଗନ, ଜାଣନ୍ତୁ କଣ ଅଛି ଭାରତର ରଣନୀତି ?

           ହିମାଳୟର ଲଦାଖ ଅଂଚଳ ତଥା ଉଚ୍ଚ ଘାଟି ଗୁଡିକରେ ଥଣ୍ଡା ଏମିତି ଯାହା ଶରୀରକୁ ଭେଦ କରିଯିବ । ଏମିତି ପ୍ରତିକୂଳ ପାଗ ଓ ପରିସ୍ଥିତିରେ ହିମାଳୟର ବିବାଦୀୟ ସୀମା ଅଂଚଳ ଗୁଡିକ ଉପରେ ଲୋଲୁପ ନଜର ପକାଉଛି ଚୀନ । ଲାଇନ୍ ଅଫ୍ ଆକଚୁଆଲ୍ କଂଟ୍ରୋଲ ବା ଏଲଏସି ଆରପଟେ ଚୀନ ଏହାର ପିଏଲଏ ବା ପିପୁଲ ଲିବରେସନ ଆର୍ମିର ୬୦ ହଜାର ଯବାନଙ୍କୁ ମୁତୟନ କରିଛି । ଏପରି ଅବସ୍ଥାରେ ଚୀନ କୌଣସି ପରିସ୍ଥିତିରେ ଲଦାଖ ସୀମାରେ ଯେପରି ଚୀନ ଦୁଃସାହସ ନକରି ପାରିବ, ସେଥିପାଇଁ ଭାରତ ମଧ୍ୟ ଅଂଟା ଭିଡିଛି । ଏଲଏସି ଆରପଟେ ଚୀନର ୬୦ ହଜାର ସୈନ୍ୟ ମୁତୟନ ନେଇ ଜଣାପଡିବା ମାତ୍ରେ ଭାରତ ସୀମାରେ ଏହାର ସୈନ୍ୟ ବଳବୃଦ୍ଧି କରିଛି । 
   ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେ ଖବର ଅନୁସାରେ ଚୀନ ଲଦାଖ ସମ୍ମୁଖରେ ଥିବା ସମସ୍ତ ଗ୍ରୀଷ୍ମ ଟ୍ରେନିଂ କ୍ୟାମ୍ପରୁ ସୈନ୍ୟଙ୍କୁ ଫେରାଇ ନେଇଛି । ସେପଟେ ଚୀନକୁ ଜବାବ ଦେବାକୁ ଭାରତ ବି ପ୍ରସ୍ତୁତ ହେଲାଣି । ଲଦାଖରେ ଗଠନ ହୋଇ ସାରିଛି ଥିଏଟର କମାଣ୍ଡରେ ରାଷ୍ଟ୍ରୀୟ ରାଇଫଲ ଫୋର୍ସ । ଫଳରେ ସେଠାରେ ୧୪ କୋର କୁ ମଜବୁତ୍ କରାଯାଇପାରିବ । ଚୀନର କୌଣସି ପ୍ରକାର ଆଗୁଆ ବିପଦକୁ ମୁକାବିଲା କରିବାକୁ ଭାରତ ମଧ୍ୟ ଲଦାଖରେ ଆଗୁଆ ମୋର୍ଚ୍ଚା ଗୁଡିକରେ ସୈନ୍ୟ ବଳ ବଢାଇବା ଆରମ୍ଭ କରିଦେଲାଣି ।

related posts

Leave a Comment