Home Breaking News / ତାଜା ଖବର ବିସିସିଆଇକୁ କରୋନା ଡର, ରଣଜୀ ଟ୍ରଫି ସମେତ ଅନେକ ଟୁର୍ଣ୍ଣାମେଂଟ ବାତିଲ

ବିସିସିଆଇକୁ କରୋନା ଡର, ରଣଜୀ ଟ୍ରଫି ସମେତ ଅନେକ ଟୁର୍ଣ୍ଣାମେଂଟ ବାତିଲ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କ୍ରିକେଟ ଉପରେ ପୁଣି ଥରେ କରୋନାର କଳା ବାଦଲ ମାଡି ବସିବାକୁ ବସିଲାଣି । ବର୍ତମାନ ଭାରତରେ କରୋନା ଭୂତାଣୁର ତାଜା ଲହରକୁ ଦେଖି ବିସିସିଆଇ ରଣଜୀ ଟ୍ରଫିକୁ କିଛି ମାସ ପାଇଁ ଘୁଂଚାଇ ଦେବାକୁ ନିଷ୍ପତି ନେଇଛି । ରଣଜୀ ଟ୍ରଫି ସହିତ କର୍ଣ୍ଣେଲ ସିକେ ନାଇଡୁ ଟ୍ରଫି, ମହିଳା ଟି ୨୦ ଲିଗକୁ ମଧ୍ୟ ବର୍ତମାନ ପାଇଁ ସ୍ଥଗିତ ରଖାଯାଇଛି । ରଣଜୀ ଟ୍ରଫି ସହିତ କର୍ଣ୍ଣେଲ ସିକେ ନାଇଡୁ ଟ୍ରଫି ଏହି ଜାନୁଆରୀ ମାସରେ ହେବା ଥିଲା । ମହିଳା ଟି ୨୦ ଲିଗ୍ ଆସନ୍ତା ଫେବ୍ରୁଆରୀରେ ହେବାର ଥିଲା । କିନ୍ତୁ ଦେଶରେ ବର୍ତମାନ କରୋନାର ଲହର ଏବଂ ଓମିକ୍ରନ ବଢିବା ଆଶଙ୍କା ଦେଖିବା ଭିତରେ ବିସିସିଆଇକୁ କରୋନା ଡର ଲାଗିଲାଣି । ବୋର୍ଡ ଏହି ସମସ୍ତ ଘରୋଇ କ୍ରିକେଟ ଟୁର୍ଣ୍ଣାମେଂଟକୁ ଘୁଂଚାଇ ଦେବାକୁ ନିଷ୍ପତି ନେଇଛି । କରୋନା ପ୍ରଭାବ କମିବା ପରେ ଏହି ସମସ୍ତ କ୍ରିକେଟ ଟୁର୍ଣ୍ଣାମେଂଟ ଖେଳାଯିବା ନେଇ ନିଷ୍ପତି ହେବ ବୋଲି ବୋର୍ଡ ସୂତ୍ରରୁ କୁହାଯାଇଛି ।

related posts

Leave a Comment